ବାଙ୍କୋ ପଥର ଖଣି ମାଲିକଙ୍କୁ ନୋଟିସ
ସୁନ୍ଦରଗଡ଼ : ବିସ୍ଫୋରକ ଲୁଟ୍ ଘଟଣାରେ ଵାଙ୍କୋ ପଥର ଖଣି ମାଲିକଙ୍କୁ ନୋଟିସ । ମାଓବାଦୀ ବିସ୍ଫୋରକ ଲୁଟ୍ କରିବା ଘଟଣାରେ ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ମାଲିକ ନିରଜ ପାଣ୍ଡେଙ୍କୁ ନୋଟିସ୍ ଜାରି କରିଛନ୍ତି ରାଉରକେଲା ଖଣି ଉପନିର୍ଦେଶକ । ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍ରେ ଉଲ୍ଲେଖ ରହିଛି । କେଉଁ ପରିସ୍ଥିତିରେ ଏତେ ପରିମାଣରେ ବିସ୍ଫୋରକ ଲୁଟ୍ ହେଲା ସେନେଇ ଖୋଳତାଡ଼ କରିବ ଖଣି ବିଭାଗ । ଲୁଟ୍ ହୋଇଥିବା […]

ସୁନ୍ଦରଗଡ଼ : ବିସ୍ଫୋରକ ଲୁଟ୍ ଘଟଣାରେ ଵାଙ୍କୋ ପଥର ଖଣି ମାଲିକଙ୍କୁ ନୋଟିସ । ମାଓବାଦୀ ବିସ୍ଫୋରକ ଲୁଟ୍ କରିବା ଘଟଣାରେ ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ମାଲିକ ନିରଜ ପାଣ୍ଡେଙ୍କୁ ନୋଟିସ୍ ଜାରି କରିଛନ୍ତି ରାଉରକେଲା ଖଣି ଉପନିର୍ଦେଶକ । ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍ରେ ଉଲ୍ଲେଖ ରହିଛି । କେଉଁ ପରିସ୍ଥିତିରେ ଏତେ ପରିମାଣରେ ବିସ୍ଫୋରକ ଲୁଟ୍ ହେଲା ସେନେଇ ଖୋଳତାଡ଼ କରିବ ଖଣି ବିଭାଗ । ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକ ମଧ୍ୟରୁ ୩.୮ ଟନ୍ ବିସ୍ଫୋରକ ଜବତ ହୋଇଛି । ବାକି ବିସ୍ଫୋରକ କେଉଁଠି ଅଛି ତାକୁ ନେଇ ଚାଲିଛି ତନାଘନା ।
ସେପଟେ ଏହି ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଏବେ ଦୁଇ ଦିନିଆ ରିମାଣ୍ଡ ଅଛନ୍ତି। ଗୋଦାମ ମାଲିକ ଶ୍ରଵଣ କୁମାର ଅଗ୍ରୱାଲଙ୍କୁ ରଘୁନାଥପାଲ୍ଲି ଥାନାରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ରିମାଣ୍ଡର ଶେଷ ଦିନରେ ଆଜି ଵି ପଚରାଉଚରା ଜାରି ରହିଛି । ରଘୁନାଥପାଲ୍ଲି ଥାନା ପୋଲିସ ସହ ଆଡିସନାଲ ଏସପିଙ୍କ ନେତୃତ୍ବରେ ସ୍ଵତନ୍ତ୍ର SIT ଟିମ ପଚରାଉଚରା ଜାରି ରଖିଛନ୍ତି। ବୁଧବାର ତେଲେଙ୍ଗାନାରୁ ଆସିଥିବା ବିସ୍ଫୋରକ ବୋଝେଇ ଗାଡ଼ି ଜବତ ହେବା ଏବଂ ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରଓ୍ବାଲଙ୍କ ନାଁରେ ଏହି ବିସ୍ଫୋରକ ଆସିଥିବା ଜାଣିବା ପରେ ନିକିତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛି ପୋଲିସ । ପତ୍ନୀ ଓ ପତିଙ୍କ ବିସ୍ପୋରକ ବ୍ୟଵସାୟରେ କଣ ଭୂମିକା ରହିଛି। ବିସ୍ଫୋରକ ସାମଗ୍ରୀ କେଉଁଠୁ କିଣୁଥିଲେ, କେଉଁ କେଉଁ ଅଞ୍ଚଳକୁ ବିସ୍ପୋରକ ସାମଗ୍ରୀ ଯୋଗାଣ କରୁଥିଲେ ଓ SOP କାହିଁକି ପାଳନ କରାଯାଉନଥିଲା ସେ ନେଇ ପଚରାଉଚରା କରାଯାଉଛି।