ଯଦି ହମାସ ଅସ୍ତ୍ର ଛାଡ଼ିଦିଏ ଯୁଦ୍ଧ ଆସନ୍ତାକାଲି ଶେଷ ହୋଇଯାଇପାରେ : ନେତାନ୍ୟାହୁ
ତେଲ୍ ଅବିବ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଗାଜା ନାଗରିକଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୁଦ୍ଧ ଆସନ୍ତାକାଲି ସୁଦ୍ଧା ଶେଷ ହୋଇଯାଇପାରେ , ଯଦି ହମାସ୍ ଅସ୍ତ୍ର ଛାଡ଼ି ଦେବାପାଇଁ ଏବଂ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିଦେବାପାଇଁ ରାଜି ହୁଏ। ଏକ୍ସରେ ଏକ ଭିଡିଓ ସେୟାର କରି ନେତାନ୍ୟାହୁ କହିଛନ୍ତି, ହମାସ ମୁଖ୍ୟ ୟାହ୍ୟା ସିନୱାର ନିପାତ ହେଲା। ଇସ୍ରାଏଲର ସାହସୀ ସୈନିକମାନେ ତାକୁ ରାଫାରେ ନିପାତ କରିଛନ୍ତି। କିନ୍ତୁ ଏହା ଗାଜାରେ […]

ତେଲ୍ ଅବିବ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଗାଜା ନାଗରିକଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୁଦ୍ଧ ଆସନ୍ତାକାଲି ସୁଦ୍ଧା ଶେଷ ହୋଇଯାଇପାରେ , ଯଦି ହମାସ୍ ଅସ୍ତ୍ର ଛାଡ଼ି ଦେବାପାଇଁ ଏବଂ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିଦେବାପାଇଁ ରାଜି ହୁଏ। ଏକ୍ସରେ ଏକ ଭିଡିଓ ସେୟାର କରି ନେତାନ୍ୟାହୁ କହିଛନ୍ତି, ହମାସ ମୁଖ୍ୟ ୟାହ୍ୟା ସିନୱାର ନିପାତ ହେଲା। ଇସ୍ରାଏଲର ସାହସୀ ସୈନିକମାନେ ତାକୁ ରାଫାରେ ନିପାତ କରିଛନ୍ତି। କିନ୍ତୁ ଏହା ଗାଜାରେ ଯୁଦ୍ଧର ଶେଷ ନୁହେଁ ବରଂ ଏହା ଶେଷର ଆରମ୍ଭ। ଗାଜା ଲୋକଙ୍କ ପାଇଁ ମୋର ଅତି ସରଳ ବାର୍ତ୍ତା ରହିଛି ଏବଂ ତାହା ହେଉଛି ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୋଇଯାଇପାରେ । ଯଦି ହମାସମାନେ ଅସ୍ତ୍ର ଛାଡ଼ିଦେବାପାଇଁ ଏବଂ ପଣବନ୍ଦୀଙ୍କୁ ଫେରାଇ ଦେବାପାଇଁ ରାଜି ହୁଅନ୍ତି ତେବେ ଯୁଦ୍ଧ ଆସନ୍ତାକାଲି ଶେଷ ହୋଇଯିବ। ହମାସ ଗାଜାରେ ୧୦୧ ଜଣଙ୍କୁ ପଣବନ୍ଦୀ ରଖିଛି। ୨୩ ରାଷ୍ଟ୍ରର ନାଗରିକଙ୍କୁ ଏହା ପଣବନ୍ଦୀ ରଖିଥିବା ଇସ୍ରାଏଲ କହିଛି। ନେତାନ୍ୟାହୁ ମଧ୍ୟ କଡ଼ା ଚେତାବନୀ ଦେଇ କହିଛନ୍ତି, ଯେଉଁମାନଙ୍କୁ ପଣବନ୍ଦୀ ରଖାଯାଇଛି ଇସ୍ରାଏଲ ସେମାନଙ୍କୁ ନ୍ୟାୟ ଦେବ। କିନ୍ତୁ ଯଦି ଆମ ପଣବନ୍ଦୀଙ୍କର କିଛି କ୍ଷତି ହୁଏ ତେବେ ଇସ୍ରାଏଲ ଏହାର କଡ଼ା ଜବାବ ଦେବ ବୋଲି ସେ କହିଛନ୍ତି।