ଆସାମ ବନ୍ୟାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ବାଜାଲି, ବକ୍ସା, ବରପେଟା, ବିଶ୍ୱନାଥ, କାଛାର, ଦରାଙ୍ଗ, ଗୋଆଲପଡ଼ା, ହୈଲାକାଣ୍ଡି, ହୋଜାଇ, କାମରୂପ, କରିମଗଞ୍ଜ, କୋକ୍ରାଝର, ଲକ୍ଷ୍ମୀପୁର, ନଗାଓଁ, ନଲବାଡ଼ି, ସୋନିତପୁର, ଦକ୍ଷିଣ ସାଲମରା, ତମୁଲପୁର ଓ ଉଦଲଗୁରି ସମେତ ୧୯ଟି ଜିଲ୍ଲାର ୪ ଲକ୍ଷରୁ ଅଧିକ ଲୋକ ବନ୍ୟା […]

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ବାଜାଲି, ବକ୍ସା, ବରପେଟା, ବିଶ୍ୱନାଥ, କାଛାର, ଦରାଙ୍ଗ, ଗୋଆଲପଡ଼ା, ହୈଲାକାଣ୍ଡି, ହୋଜାଇ, କାମରୂପ, କରିମଗଞ୍ଜ, କୋକ୍ରାଝର, ଲକ୍ଷ୍ମୀପୁର, ନଗାଓଁ, ନଲବାଡ଼ି, ସୋନିତପୁର, ଦକ୍ଷିଣ ସାଲମରା, ତମୁଲପୁର ଓ ଉଦଲଗୁରି ସମେତ ୧୯ଟି ଜିଲ୍ଲାର ୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଜଳ ସହ ସଂଘର୍ଷ କରୁଛନ୍ତି। ବନ୍ୟାରେ କରିମଗଞ୍ଜ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ସେଠାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତା ତଳକୁ ଦରାଙ୍ଗ ଓ ତମୁଲପୁରରେ ବନ୍ୟା ପରିସ୍ଥିତି ଭୟାନକ ରହିଛି। ଆସାମର ଅଧିକାଂଶ ସ୍ଥାନରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବା ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ବନ୍ୟା, ଭୂସ୍ଖଳନ ଓ ଝଡ଼ତୋଫାନରେ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି। ୧୦୦ରୁ ଅଧିକ ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ସେଗୁଡ଼ିକରେ ୧୪ ହଜାରରୁ ଅଧିକ ପ୍ରଭାବିତ ଲୋକ ଆଶ୍ରୟ ନେଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।