ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସେନାମୁଖ୍ୟଙ୍କ ଆହ୍ବାନ
ଢାକା: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି। ଏହାପରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ପ୍ରାୟୋଜିତ ଆକ୍ରମଣ ବୃଦ୍ଧି ପାଇଛି। ଦୁର୍ଗାପୂଜା ପାଳନ ନିମନ୍ତେ ସରକାରୀ ଭାବେ ଜିଜିଆ (ମୁସଲିମ ରାଷ୍ଟ୍ରରେ ଅଣହିନ୍ଦୁଙ୍କ ନିମନ୍ତେ ଲଗାଯାଉଥିବା ଧାର୍ମିକ କର) ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁର୍ଗାମଣ୍ଡପ ନିମନ୍ତେ ଆୟୋଜକଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଆଜି ଦେଶର ସେନାମୁଖ୍ୟ ଜେନେରାଲ୍ ୱାକର ଉଜ୍ ଜମାନ୍ ଢାକେଶ୍ବରୀ ମନ୍ଦିର ଗସ୍ତ କରି ସୁରକ୍ଷାସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଗାପୂଜାରେ ହିନ୍ଦୁଙ୍କ ସୁରକ୍ଷା […]

ଢାକା: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି। ଏହାପରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ପ୍ରାୟୋଜିତ ଆକ୍ରମଣ ବୃଦ୍ଧି ପାଇଛି। ଦୁର୍ଗାପୂଜା ପାଳନ ନିମନ୍ତେ ସରକାରୀ ଭାବେ ଜିଜିଆ (ମୁସଲିମ ରାଷ୍ଟ୍ରରେ ଅଣହିନ୍ଦୁଙ୍କ ନିମନ୍ତେ ଲଗାଯାଉଥିବା ଧାର୍ମିକ କର) ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁର୍ଗାମଣ୍ଡପ ନିମନ୍ତେ ଆୟୋଜକଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଆଜି ଦେଶର ସେନାମୁଖ୍ୟ ଜେନେରାଲ୍ ୱାକର ଉଜ୍ ଜମାନ୍ ଢାକେଶ୍ବରୀ ମନ୍ଦିର ଗସ୍ତ କରି ସୁରକ୍ଷାସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଗାପୂଜାରେ ହିନ୍ଦୁଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେନାମୁଖ୍ୟ ଏହାପରେ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ, ଢାକା ପୂଜା କମିଟି ଓ ବାଂଲାଦେଶ ପୂଜା ଆୟୋଜନ ପରିଷଦର କର୍ମକର୍ତ୍ତାଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଂଲାଦେଶ ସେନା ହିନ୍ଦୁଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ପୂଜାସ୍ଥଳରେ ଯବାନଙ୍କୁ ମୁତୟନ କରାଯାଇଛି। ଅପରପକ୍ଷରେ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ କହିଥିଲେ।