ସୀତାରାମ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ନେତାଙ୍କୁ ଭାଙ୍ଗିବାକୁ ପଡିଲା ଭିଷ୍ମ ପ୍ରତିଜ୍ଞା!

ନୂଆଦିଲ୍ଲୀ,୧୩।୯: ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ଦଳର ନେତା ଇପି ଜୟରାଜନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଦୁଇ ବର୍ଷ ପୂର୍ବେ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିବାକୁ ପଡିଥିଲା। ସୂଚନାଯୋଗ୍ୟ, ଜୁଲାଇ ୨୦୨୨ରେ, ଇଣ୍ଡିଗୋ ଜୟରାଜଙ୍କୁ ତିନି ସପ୍ତାହ ଧରି ବିମାନରେ ଯାତ୍ରା କରିବାକୁ ବାରଣ କରିଥିଲା। ଏହି ଘଟଣା ସମୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ […] The post ସୀତାରାମ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ନେତାଙ୍କୁ ଭାଙ୍ଗିବାକୁ ପଡିଲା ଭିଷ୍ମ ପ୍ରତିଜ୍ଞା! appeared first on Dharitri Odia News.

ସୀତାରାମ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ନେତାଙ୍କୁ ଭାଙ୍ଗିବାକୁ ପଡିଲା ଭିଷ୍ମ ପ୍ରତିଜ୍ଞା!

ନୂଆଦିଲ୍ଲୀ,୧୩।୯: ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ଦଳର ନେତା ଇପି ଜୟରାଜନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଦୁଇ ବର୍ଷ ପୂର୍ବେ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିବାକୁ ପଡିଥିଲା।
ସୂଚନାଯୋଗ୍ୟ, ଜୁଲାଇ ୨୦୨୨ରେ, ଇଣ୍ଡିଗୋ ଜୟରାଜଙ୍କୁ ତିନି ସପ୍ତାହ ଧରି ବିମାନରେ ଯାତ୍ରା କରିବାକୁ ବାରଣ କରିଥିଲା। ଏହି ଘଟଣା ସମୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ସମାନ ବିମାନରେ ଥିଲେ। ଏହା ପରେ ଜୟରାଜ ଘୋଷଣା କରିଥିଲେ ଯେ ସେ ଏବଂ ତାଙ୍କ ପରିବାର ଆଉ ଇଣ୍ଡିଗୋ ବିମାନରେ ଯାତ୍ରା କରିବେ ନାହିଁ।
ସୀତାରାମ ୟେଚୁରୀଙ୍କ ମୃତ୍ୟୁ ପରେ ଇପି ଜୟରାଜନ ଇଣ୍ଡିଗୋ ବିମାନରେ କରିପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ ୟେଚୁରୀ ସବୁକିଛିଠାରୁ ବଡ଼ ଏବଂ ଦୁଇ ବର୍ଷ ପୂର୍ବେ ବିମାନ ସେବା ବିଷୟରେ ଯାହା କହିଥିଲେ ତାହାଠାରୁ ଦିଲ୍ଲୀରେ ପହଞ୍ଚିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

The post ସୀତାରାମ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ନେତାଙ୍କୁ ଭାଙ୍ଗିବାକୁ ପଡିଲା ଭିଷ୍ମ ପ୍ରତିଜ୍ଞା! appeared first on Dharitri Odia News.