ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆତଙ୍କବାଦୀ

କାଶ୍ମୀର ୧୧/୦୪: ଜମ୍ମୁ- କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଟଳିଲେ ଜଣେ ଆତଙ୍କବାଦୀ । ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରାବନ୍ଦୀ କରି ରଖିଥିବା ଜଣାଯାଇଛି । #WATCH | Pulwama, J&K: Cordon and search operation underway at Frasipora by Police and Army. More details awaited. pic.twitter.com/b4Gu7GpjMu— ANI (@ANI) April 11, 2024ପୁଲୱାମା ଜିଲ୍ଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଆଜି ଭୋରରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା । ଏଥିରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷା କର୍ମୀ ଘେରିଥିବା ଜଣାଯାଇଛି। ସେନା ଗୁଳିରେ ନିପାତ ହୋଇଥିବା ଆତଙ୍କୀଙ୍କ ମୃତଦେହ ପଡ଼ିଥିବା ବେଳେ ତାହାକୁ ଜବତ କରାଯାଇ ନ ଥିବା ସୂଚନା ମିଳିଛି । ଏଥିସହ ଆଉ ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚିଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ଘେରି ରହି

ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆତଙ୍କବାଦୀ

କାଶ୍ମୀର ୧୧/୦୪: ଜମ୍ମୁ- କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଟଳିଲେ ଜଣେ ଆତଙ୍କବାଦୀ । ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରାବନ୍ଦୀ କରି ରଖିଥିବା ଜଣାଯାଇଛି । 


ପୁଲୱାମା ଜିଲ୍ଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଆଜି ଭୋରରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା । 

ଏଥିରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷା କର୍ମୀ ଘେରିଥିବା ଜଣାଯାଇଛି। ସେନା ଗୁଳିରେ ନିପାତ ହୋଇଥିବା ଆତଙ୍କୀଙ୍କ ମୃତଦେହ ପଡ଼ିଥିବା ବେଳେ ତାହାକୁ ଜବତ କରାଯାଇ ନ ଥିବା ସୂଚନା ମିଳିଛି । ଏଥିସହ ଆଉ ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚିଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ଘେରି ରହିଥିବା ଜଣାଯାଇଛି। ଅଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁ ରହିଛି ।