NEETକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୁନର୍ବାର ହେବନାହିଁ ପରୀକ୍ଷା

ନୂଆଦିଲ୍ଲୀ, ୫।୭: ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ନିଟ୍‌ ମାମଲାରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର କହିଛି ଯେ, ନିଟ୍‌ ଅନୀୟମିତତାକୁ ନେଇ ହୋଇଥିବା ତଦନ୍ତରେ ସେମିତି କିଛି ପ୍ରମାଣ ମିଳିନାହିଁ । ତେଣୁ ଆଉଥରେ ନିଟ୍‌ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଏହା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଉପରେ ପ୍ରଭାବ ପକାଇବ । ଅନ୍ୟପଟେ, ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG […] The post NEETକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୁନର୍ବାର ହେବନାହିଁ ପରୀକ୍ଷା appeared first on Dharitri Odia News.

NEETକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୁନର୍ବାର ହେବନାହିଁ ପରୀକ୍ଷା

ନୂଆଦିଲ୍ଲୀ, ୫।୭: ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ନିଟ୍‌ ମାମଲାରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର କହିଛି ଯେ, ନିଟ୍‌ ଅନୀୟମିତତାକୁ ନେଇ ହୋଇଥିବା ତଦନ୍ତରେ ସେମିତି କିଛି ପ୍ରମାଣ ମିଳିନାହିଁ । ତେଣୁ ଆଉଥରେ ନିଟ୍‌ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଏହା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଉପରେ ପ୍ରଭାବ ପକାଇବ ।

ଅନ୍ୟପଟେ, ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ତେବେ ଜୁନ୍ ୨୩ ପାଇଁ ଧାର୍ଯ୍ୟ ହୋଇଥିବା NEET-PG ପରୀକ୍ଷା UG ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ସମେତ ଅନିୟମିତତା ହେତୁ ଧାଡିରେ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ସ୍ଥଗିତ ରଖାଯାଇଥିଲା।

 

The post NEETକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୁନର୍ବାର ହେବନାହିଁ ପରୀକ୍ଷା appeared first on Dharitri Odia News.