NH ନା ଗୁହାଳ ! ରାଜରାସ୍ତାରେ ଗାଈଗୋରୁଙ୍କ ରାଜୁତି । ବଢୁଛି ଟ୍ରାଫିକ୍ ସମସ୍ୟା, ବଢୁଛି ଦୁର୍ଘଟଣା ।

କନକ ବ୍ୟୁରୋ: ଜାତୀୟ ରାଜପଥ ଉପରେ ବୁଲା ଗାଈଗୋରୁଙ୍କ ରାଜୁତି। ନିୟମିତ ଘଟୁଛି ଦୁର୍ଘଟଣା। ସବୁ ଦେଖି ଚୁପ ବସିଛି ପ୍ରଶାସନ। ମାଲକାନଗିରି ଜିଲ୍ଲାରେ ୩୨୬ ନଂ ଜାତୀୟ ରାଜପଥ ଯେମିତି ଗାଇ ଗୁହାଳ ପାଲଟିଯାଇଛି। ଦିନ ରାତି ସବୁବେଳେ ଅବାଧରେ ବୁଲାବୁଲି କରୁଛନ୍ତି। ଫଳରେ ସହରରେ ଟ୍ରାଫିକ୍ ସମସ୍ୟା ବେଶ ବଢ଼ିଯାଇଛି। ଟ୍ରାଫିକ ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ବଦଳରେ ଗାଈ ଘଉଡ଼ାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ନିୟମିତ ଦୁର୍ଘଟଣା ଘଟୁଛି। କେତେବେଳେ ଗାଈଗୋରୁର ଜୀବନ […] The post NH ନା ଗୁହାଳ ! ରାଜରାସ୍ତାରେ ଗାଈଗୋରୁଙ୍କ ରାଜୁତି । ବଢୁଛି ଟ୍ରାଫିକ୍ ସମସ୍ୟା, ବଢୁଛି ଦୁର୍ଘଟଣା । first appeared on Kanak News.

NH ନା ଗୁହାଳ ! ରାଜରାସ୍ତାରେ ଗାଈଗୋରୁଙ୍କ ରାଜୁତି । ବଢୁଛି ଟ୍ରାଫିକ୍ ସମସ୍ୟା, ବଢୁଛି ଦୁର୍ଘଟଣା ।

କନକ ବ୍ୟୁରୋ: ଜାତୀୟ ରାଜପଥ ଉପରେ ବୁଲା ଗାଈଗୋରୁଙ୍କ ରାଜୁତି। ନିୟମିତ ଘଟୁଛି ଦୁର୍ଘଟଣା। ସବୁ ଦେଖି ଚୁପ ବସିଛି ପ୍ରଶାସନ। ମାଲକାନଗିରି ଜିଲ୍ଲାରେ ୩୨୬ ନଂ ଜାତୀୟ ରାଜପଥ ଯେମିତି ଗାଇ ଗୁହାଳ ପାଲଟିଯାଇଛି। ଦିନ ରାତି ସବୁବେଳେ ଅବାଧରେ ବୁଲାବୁଲି କରୁଛନ୍ତି। ଫଳରେ ସହରରେ ଟ୍ରାଫିକ୍ ସମସ୍ୟା ବେଶ ବଢ଼ିଯାଇଛି। ଟ୍ରାଫିକ ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ବଦଳରେ ଗାଈ ଘଉଡ଼ାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ନିୟମିତ ଦୁର୍ଘଟଣା ଘଟୁଛି। କେତେବେଳେ ଗାଈଗୋରୁର ଜୀବନ ଯାଉଛି ତ କେତେବେଳେ ଗାଡ଼ି ଚାଳକ ମୃତ୍ୟୁ ମୁଖରେ ପଡୁଛନ୍ତି।

ଖାଲି ପଡ଼ିଛି କାଜ୍ଞିଆହୁଦା
ରାଜରାସ୍ତାରେ ଗାଈଗୋରୁଙ୍କ ଭିଡ଼ !

ରାସ୍ତାରୁ ବୁଲା ଗାଈଗୋରୁଙ୍କୁ ଉଦ୍ଧାର କରି କାଞ୍ଜିଆହୁଦାରେ ରଖିବା ପାଇଁ ପୌର ପରିଷଦ ପାଖରେ କ୍ଷମତା ରହିଛି । ଗାଈଗୋରୁଙ୍କ ମାଲିକଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରିବାର କ୍ଷମତା ମଧ୍ୟ ରହିଛି। ହେଲେ ମାଲକାନିଗିରି ପୌର ପରିଷଦ ସେ ସବୁ କିଛି ନକରି ଚୂପ ବସିଥିବା ଅଭିଯୋଗ ହୋଇଛି । କେବଳ ମାଲକାନଗିରି ସହର ନୁହେଁ ବରଂ ଗୋବିନ୍ଦପାଲି ଠାରୁ ଆରମ୍ଭ କରି ମୋଟୁ, ପଡିଆ ଠାରୁ ଆରମ୍ଭ କରି ବାଲିମେଳା, ଚିତ୍ରକୋଣ୍ଡା ସବୁଠି ରାସ୍ତା ପାଲଟିଛି ଗୁହାଳ ।

The post NH ନା ଗୁହାଳ ! ରାଜରାସ୍ତାରେ ଗାଈଗୋରୁଙ୍କ ରାଜୁତି । ବଢୁଛି ଟ୍ରାଫିକ୍ ସମସ୍ୟା, ବଢୁଛି ଦୁର୍ଘଟଣା । first appeared on Kanak News.