ଟ୍ରାଫିକ୍ ରୁଲ୍ ଅବମାନନା, ଯାତ୍ରୀବାହୀ ଅଟୋକୁ ୩୨ହଜାର ଟଙ୍କାର ଜରିମାନା
ଛତ୍ରପୁର ୧୩।୭: ଟ୍ରାଫିକ୍ ରୁଲ୍ ଅବମାନନା ପାଇଁ ଯାତ୍ରୀବାହୀ ଅଟୋକୁ ପଡିଲା ମହଙ୍ଗା । ଅଟୋକୁ ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ୩୨ ହଜାର ଟଙ୍କାର ଚାଲାଣ କରାଯାଇଛି । ରାସ୍ତାର ବିପରୀତ ଦିଗରୁ ଆସିବା ବେଳେ ପରିବହନ ବିଭାଗ ଯାଞ୍ଚ ବେଳେ ଅଟୋଟି ଧରା ପଡିଯାଇଥିଲା । ଉକ୍ତ ଅଟୋର ପରମିଟ ନାହିଁ, ଇନ୍ସୁରାନ୍ସ ନାହିଁ, ପଲ୍ୟୁସନ ନାହିଁ କି ଅଟୋର ଫିଟନେସ ମଧ୍ୟ ନଥିବା ଯାଞ୍ଚ ବେଳେ ଜଣା ପଡିଥିଲା । ଦୁଇ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ଜାତୀୟ ରାଜପଥ ମାଣ୍ଡିଆପଲ୍ଲୀ ପଟୁ ଆସୁଥିବା ବେଳେ ପରିବହନ ବିଭାଗ ହାତରେ ଧରା ପଡିଥିଲା । ଅଟୋକୁ ୩୨ହଜାର ଟଙ୍କା ଜରିମାନା ଲଗାଯାଇଥିବା ଏମ୍ଭିଆଇ ଇ. ରବୀନ୍ଦ୍ର ନାଥ ଜେନା ସୂଚନା ଦେଇଛନ୍ତି ।You Can Read:FM ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ, କୁଳାଧିପତି ଭାବେ ରାଜ୍ୟପାଳ ନ୍ୟାୟ ପ୍ରଦାନ କରିବାକୁ ଲୋଡ଼ିଲେ ହସ୍ତକ୍ଷେପ
ଛତ୍ରପୁର ୧୩।୭: ଟ୍ରାଫିକ୍ ରୁଲ୍ ଅବମାନନା ପାଇଁ ଯାତ୍ରୀବାହୀ ଅଟୋକୁ ପଡିଲା ମହଙ୍ଗା । ଅଟୋକୁ ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ୩୨ ହଜାର ଟଙ୍କାର ଚାଲାଣ କରାଯାଇଛି । ରାସ୍ତାର ବିପରୀତ ଦିଗରୁ ଆସିବା ବେଳେ ପରିବହନ ବିଭାଗ ଯାଞ୍ଚ ବେଳେ ଅଟୋଟି ଧରା ପଡିଯାଇଥିଲା । ଉକ୍ତ ଅଟୋର ପରମିଟ ନାହିଁ, ଇନ୍ସୁରାନ୍ସ ନାହିଁ, ପଲ୍ୟୁସନ ନାହିଁ କି ଅଟୋର ଫିଟନେସ ମଧ୍ୟ ନଥିବା ଯାଞ୍ଚ ବେଳେ ଜଣା ପଡିଥିଲା । ଦୁଇ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ଜାତୀୟ ରାଜପଥ ମାଣ୍ଡିଆପଲ୍ଲୀ ପଟୁ ଆସୁଥିବା ବେଳେ ପରିବହନ ବିଭାଗ ହାତରେ ଧରା ପଡିଥିଲା । ଅଟୋକୁ ୩୨ହଜାର ଟଙ୍କା ଜରିମାନା ଲଗାଯାଇଥିବା ଏମ୍ଭିଆଇ ଇ. ରବୀନ୍ଦ୍ର ନାଥ ଜେନା ସୂଚନା ଦେଇଛନ୍ତି ।
You Can Read: