NHରେ ଦୁଇ ବାଇକ୍‌ ଆରୋହୀଙ୍କୁ ପିଟିଦେଲା ଟ୍ରକ୍‌

ରାଜପଥ ମରାମତି ପାଇଁ ୱାନ ୱେ କରାଯାଇଅଛି। ତେବେ ଦୁଇ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲକୁ ସମ୍ନାରୁ ଏକ ସ୍କାର୍ପ ବୋଝେଇ ଟ୍ରକ ଧକ୍କା ଦେଇଥିଲା।

NHରେ ଦୁଇ ବାଇକ୍‌ ଆରୋହୀଙ୍କୁ ପିଟିଦେଲା ଟ୍ରକ୍‌

ୱାନ ୱେ ପାଇଁ ଗଲା ଦୁଇ ଜୀବନ। ରାଜପଥରେ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା। ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ଘଟିଛି।

ରାଜପଥ ମରାମତି ପାଇଁ ୱାନ ୱେ କରାଯାଇଅଛି। ତେବେ ଦୁଇ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲକୁ ସମ୍ନାରୁ ଏକ ସ୍କାର୍ପ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇ ଜଣ ଧାମନଗର ଥାନା ଅଧୀନ ତାଳପଦା ଗାଁର ଦୀପ୍ତି ରଞ୍ଜନ ଓ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରଙ୍ଗରାଜପୁର ଅଞ୍ଚଳର ପ୍ରଶାନ୍ତ ସ୍ୱାଇଁ ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।