Niladree Bije 2025: ନୀଳାଦ୍ରିବିଜେର ପ୍ରୀତିନୈବେଦ୍ୟ, ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତି
ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ହୋଇ ସାରିଥାଏ, କିନ୍ତୁ ସେ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ବାକିଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି lଏହାକୁ କୋଉ ଘରଣୀ ସହିବ?