NIRF Ranking 2024: JNU ଓ ଜାମିଆକୁ ମିଳିଲା ଏହି ସ୍ଥାନ, ଟପ୍‌ରେ ଏହି ସଂସ୍ଥା

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନ୍ୟାସନାଲ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ ଫ୍ରେମଓ୍ଵର୍କ(NIRF) ୨୦୨୪ର ଘୋଷଣା କରିଛନ୍ତି। ଏହାର ଘୋଷଣା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ମଣ୍ଡପମରେ କରିଛନ୍ତି। ଏଥର ମଧ୍ୟ ଭାରତୀୟ ପ୍ରଦୌଗିକି ସଂସ୍ଥା ମାଦ୍ରାସ ଶୀର୍ଷରେ ରହିଛି। ପାଠକ ଏହି ରାଙ୍କିଙ୍ଗକୁ ଆନୁଷ୍ଠାନିକ ଓ୍ଵେବସାଇଟ୍‌ nirfindia.org ଉପରେ ଦେଖି ପାରିବେ।NIRF ନିଜର ନବମ ରାଙ୍କିଙ୍ଗ ଜାରି କରିଛି। ପରିଚାଳନା କ୍ଷେତ୍ର ଆଧାରରେ ୧୧ ବର୍ଗକୁ ଏଥିରେ ସ୍ଥାନ ଦିଆଯାଇଛି। ସେଗୁଡ଼ିକ ହେଉଛି ବିଶ୍ଵ ବିଦ୍ୟାଳୟ, କଲେଜ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆଇନ, ଚିକିତ୍ସା ଓ ବାସ୍ତୁକଳା।  ସବୁ ବର୍ଗକୁ ମିଶାଇ ସାମଗ୍ରିକ ଶିକ୍ଷାନୁଷ୍ଠାନ ଭାବେ NIRF ରାଙ୍କିଙ୍ଗରେ ଜବାହରଲାଲ ନେହେରୁ ୟୁନିଭର୍ସିଟି ୧୦ମ ସ୍ଥାନରେ ରହିଛି। ଆଇଆଇଟି ମାଦ୍ରାସ ଲଗାତାର ଷଷ୍ଠ ବର୍ଷ ଶୀର୍ଷ ସ୍ଥାନ ହାସଲ କରିଛି।Also read: ପ୍ୟାରିସ୍ ଅଲିମ୍ପିକ୍ସ ଶେଷ; ସମାପନ ସମାରୋହରେ ଝୁମିଲେ ଦର୍ଶକ, ଶୀର୍ଷରେ ଆମେରିକା, ଭାରତକୁ ମିଳିଛି ୬ ପଦକNIRF ୨୦୨୪ର ରାଙ୍କିଙ୍ଗ ଅନୁସାରେ ଟପ୍-୫ ବିଶ୍ଵ ବିଦ୍ୟାଳୟ ତାଲିକାରେ ପ୍ରଥମ ସ୍ଥାନରେ ଆଇଆଇଏମସି ବେଙ୍ଗାଲୁରୁ ରହିଛି। ଦ୍ଵିତୀୟରେ ଜେଏନୟୁ, ତୃତୀୟରେ ଜାମିଆ ମିଲିଆ ଇସଲାମିଆ, ଚତୁର୍ଥରେ ମଣିପାଲ ୟୁନିର୍ଭସିଟି ଓ ପଞ୍ଚମରେ ବିଏଚୟୁ ରହିଛି। ମେଡିକାଲ୍ ପାଠପଢାରେ ଏମ୍ସ ଦିଲ୍ଲୀ ଶ

NIRF Ranking 2024:  JNU  ଓ ଜାମିଆକୁ ମିଳିଲା ଏହି ସ୍ଥାନ, ଟପ୍‌ରେ ଏହି ସଂସ୍ଥା

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନ୍ୟାସନାଲ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ ଫ୍ରେମଓ୍ଵର୍କ(NIRF) ୨୦୨୪ର ଘୋଷଣା କରିଛନ୍ତି। ଏହାର ଘୋଷଣା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ମଣ୍ଡପମରେ କରିଛନ୍ତି। ଏଥର ମଧ୍ୟ ଭାରତୀୟ ପ୍ରଦୌଗିକି ସଂସ୍ଥା ମାଦ୍ରାସ ଶୀର୍ଷରେ ରହିଛି। ପାଠକ ଏହି ରାଙ୍କିଙ୍ଗକୁ ଆନୁଷ୍ଠାନିକ ଓ୍ଵେବସାଇଟ୍‌ nirfindia.org ଉପରେ ଦେଖି ପାରିବେ।

NIRF ନିଜର ନବମ ରାଙ୍କିଙ୍ଗ ଜାରି କରିଛି। ପରିଚାଳନା କ୍ଷେତ୍ର ଆଧାରରେ ୧୧ ବର୍ଗକୁ ଏଥିରେ ସ୍ଥାନ ଦିଆଯାଇଛି। ସେଗୁଡ଼ିକ ହେଉଛି ବିଶ୍ଵ ବିଦ୍ୟାଳୟ, କଲେଜ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆଇନ, ଚିକିତ୍ସା ଓ ବାସ୍ତୁକଳା।  ସବୁ ବର୍ଗକୁ ମିଶାଇ ସାମଗ୍ରିକ ଶିକ୍ଷାନୁଷ୍ଠାନ ଭାବେ NIRF ରାଙ୍କିଙ୍ଗରେ ଜବାହରଲାଲ ନେହେରୁ ୟୁନିଭର୍ସିଟି ୧୦ମ ସ୍ଥାନରେ ରହିଛି। ଆଇଆଇଟି ମାଦ୍ରାସ ଲଗାତାର ଷଷ୍ଠ ବର୍ଷ ଶୀର୍ଷ ସ୍ଥାନ ହାସଲ କରିଛି।

Also read: ପ୍ୟାରିସ୍ ଅଲିମ୍ପିକ୍ସ ଶେଷ; ସମାପନ ସମାରୋହରେ ଝୁମିଲେ ଦର୍ଶକ, ଶୀର୍ଷରେ ଆମେରିକା, ଭାରତକୁ ମିଳିଛି ୬ ପଦକ

NIRF ୨୦୨୪ର ରାଙ୍କିଙ୍ଗ ଅନୁସାରେ ଟପ୍-୫ ବିଶ୍ଵ ବିଦ୍ୟାଳୟ ତାଲିକାରେ ପ୍ରଥମ ସ୍ଥାନରେ ଆଇଆଇଏମସି ବେଙ୍ଗାଲୁରୁ ରହିଛି। ଦ୍ଵିତୀୟରେ ଜେଏନୟୁ, ତୃତୀୟରେ ଜାମିଆ ମିଲିଆ ଇସଲାମିଆ, ଚତୁର୍ଥରେ ମଣିପାଲ ୟୁନିର୍ଭସିଟି ଓ ପଞ୍ଚମରେ ବିଏଚୟୁ ରହିଛି। ମେଡିକାଲ୍ ପାଠପଢାରେ ଏମ୍ସ ଦିଲ୍ଲୀ ଶୀର୍ଷରେ ଏବଂ ଆର୍କିଟେକଚରରେ ଆଇଆଇଟି ରୁରକି ଟପ୍‌ରେ ରହିଛି। ଫାମାର୍ସୀରେ ଜାମିଆ ହମଦର୍ଦ ବିଶ୍ଵ ବିଦ୍ୟାଳୟ ଶୀର୍ଷରେ ରହିଛି। NIRF ୨୦୨୪ ଅନୁସାରେ ଆଇଏଆଇଏମ ଅହମ୍ମଦାବାଦ ଭାରତର ସର୍ବଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ। ବିଶ୍ଵ ବିଦ୍ୟାଳୟରେ ଆଇଆଇଏସସି  ବେଙ୍ଗାଲୁରୁ ଟପ୍‌ରେ ରହିଥିବା ବେଳେ ଇଞ୍ଜିନିୟରିଂରେ ଆଇଆଇଟି ମାଦ୍ରାସ   ଶୀର୍ଷରେ ରହିଛି। 

ଏହା ବ୍ୟତୀତ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟ(ଡିୟୁ)ର ହିନ୍ଦୁ କଲେଜକୁ ଦେଶର ସର୍ବଶ୍ରେଷ୍ଠ କଲେଜର ମାନ୍ୟତା ମିଳିଛି। ଚଳିତ ବର୍ଷ ମୋଟ୍ ୧୦  ହଜାର ୮୮୫ ଶିକ୍ଷାନୁଷ୍ଠାନ  NIRF ୨୦୨୪ ପାଇଁ ଆବେଦନ କରିଥିଲେ। 

NIRF ରାଙ୍କିଙ୍ଗ ୨୦୨୪- ସାମଗ୍ରିକ ଶିକ୍ଷାନୁଷ୍ଠାନ  ଭାବେ ଦେଶର ଟପ୍ ସଂସ୍ଥା

ଆଇଆଇଟି ମାଦ୍ରାସ

ଆଇଆଇଏସସି ବେଙ୍ଗାଲୁରୁ

ଆଇଆଇଟି ମୁମ୍ବାଇ

ଆଇଆଇଏ ଦିଲ୍ଲୀ

ଆଇଆଇଟି କାନପୁର

ଏମ୍ସ ଦିଲ୍ଲୀ

ଆଇଆଇଟି ଖଡ଼ଗପୁର

ଆଇଆଇଟି ରୁରକି

ଆଇଆଇଟି ଗୌହ୍ଵାଟୀ

ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ)