‘ଭାର୍ଗବାସ୍ତ୍ର’ର ପରୀକ୍ଷଣ ସଫଳ, ସ୍ୱଳ୍ପ ବ୍ୟୟରେ ଏବେ ଶତ୍ରୁ ଡ୍ରୋନ ଆକାଶରେ ହେବ ନିଶେଷ
ନୂଆଦିଲ୍ଲୀ ୧୪। ୫: ଭାରତ ଏବେ ଡ୍ରୋନ ବିପଦକୁ ରୋକିବା ପାଇଁ ଏକ ନୂଆ ତଥା ସ୍ୱଳ୍ପ ବ୍ୟୟର ସମାଧାନ ଖୋଜି ବାହାର କରିଛି। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ ମୋଡ କାଉଣ୍ଟର ଡ୍ରୋନ ଡିଫେନ୍ସ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ (ଏସଡିଏଲ) ଡିଜାଇନ ଓ ବିକଶିତ କରିଛନ୍ତି। ଏହି ଭାର୍ଗବାସ୍ତ୍ର ଏକକାଳୀନ ଆସୁଥିବା ମେଞ୍ଚାମେଞ୍ଚା ଡ୍ରୋନକୁ ଆକାଶରେ ନିଶେଷ କରିଦେବ। ଏହି ଡ୍ରୋନ ଡିଫେନସ ସିଷ୍ଟମ ଏହାର ପ୍ରଥମ ପରୀକ୍ଷଣରେ ହିଁ ଉତୀର୍ଣ୍ଣ ହୋଇଛି। ଏହି ସିଷ୍ଟମ ମାଇକ୍ରୋ ରକେଟସ୍ ମାଧ୍ୟମରେ ଡ୍ରୋନ ଆକ୍ରମଣର ଜବାବ ଦେବାକୁ ସକ୍ଷମ। ଏହାକୁ ଖାସ କରି ଡ୍ରୋନ ବିପଦର ମୁକାବିଲା ନିମନ୍ତେ ବିକଶିତ କରାଯାଇଛି। ଏହି ସିଷ୍ଟମର ପରୀକ୍ଷଣ ଓଡିଶା ଉପକୂଳର ଗୋପାଳପୁରସ୍ଥିତ ସିୱାର୍ଡ ଫାୟରିଂ ରେଞ୍ଜରେ ମେ ୧୩ ତାରିଖ ଦିନ କରାଯାଇଥିଲା। ଏହି ପରୀକ୍ଷଣ କାଳରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ମୋଟ ୩ଟି ପରୀକ୍ଷଣ ହୋଇଥିଲା। ଦୁଇଟି ପରୀକ୍ଷଣରେ ଗୋଟିଏ ଗୋଟିଏ ରକେଟ ଫାୟାର କରାଯାଇଥିଲା। ତେବେ ଗୋଟିଏ ପରୀକ୍ଷଣରେ ୨ଟି ରକେଟକୁ ୨ ସେକେଣ୍ଡ ଅନ୍ତରରେ ସାଲଭୋ ମୋଡରେ ଲଞ୍ଚ କରାଯାଇଥିଲା। #WATCH | A new low-cost Counter Drone System in Hard Kill mode 'Bhargavastra', has been designed and developed by Solar Defence and Aerospace Limited (SDAL), signifyin
ନୂଆଦିଲ୍ଲୀ ୧୪। ୫: ଭାରତ ଏବେ ଡ୍ରୋନ ବିପଦକୁ ରୋକିବା ପାଇଁ ଏକ ନୂଆ ତଥା ସ୍ୱଳ୍ପ ବ୍ୟୟର ସମାଧାନ ଖୋଜି ବାହାର କରିଛି। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ ମୋଡ କାଉଣ୍ଟର ଡ୍ରୋନ ଡିଫେନ୍ସ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ (ଏସଡିଏଲ) ଡିଜାଇନ ଓ ବିକଶିତ କରିଛନ୍ତି। ଏହି ଭାର୍ଗବାସ୍ତ୍ର ଏକକାଳୀନ ଆସୁଥିବା ମେଞ୍ଚାମେଞ୍ଚା ଡ୍ରୋନକୁ ଆକାଶରେ ନିଶେଷ କରିଦେବ। ଏହି ଡ୍ରୋନ ଡିଫେନସ ସିଷ୍ଟମ ଏହାର ପ୍ରଥମ ପରୀକ୍ଷଣରେ ହିଁ ଉତୀର୍ଣ୍ଣ ହୋଇଛି।
ଏହି ସିଷ୍ଟମ ମାଇକ୍ରୋ ରକେଟସ୍ ମାଧ୍ୟମରେ ଡ୍ରୋନ ଆକ୍ରମଣର ଜବାବ ଦେବାକୁ ସକ୍ଷମ। ଏହାକୁ ଖାସ କରି ଡ୍ରୋନ ବିପଦର ମୁକାବିଲା ନିମନ୍ତେ ବିକଶିତ କରାଯାଇଛି। ଏହି ସିଷ୍ଟମର ପରୀକ୍ଷଣ ଓଡିଶା ଉପକୂଳର ଗୋପାଳପୁରସ୍ଥିତ ସିୱାର୍ଡ ଫାୟରିଂ ରେଞ୍ଜରେ ମେ ୧୩ ତାରିଖ ଦିନ କରାଯାଇଥିଲା। ଏହି ପରୀକ୍ଷଣ କାଳରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ମୋଟ ୩ଟି ପରୀକ୍ଷଣ ହୋଇଥିଲା। ଦୁଇଟି ପରୀକ୍ଷଣରେ ଗୋଟିଏ ଗୋଟିଏ ରକେଟ ଫାୟାର କରାଯାଇଥିଲା। ତେବେ ଗୋଟିଏ ପରୀକ୍ଷଣରେ ୨ଟି ରକେଟକୁ ୨ ସେକେଣ୍ଡ ଅନ୍ତରରେ ସାଲଭୋ ମୋଡରେ ଲଞ୍ଚ କରାଯାଇଥିଲା।
#WATCH | A new low-cost Counter Drone System in Hard Kill mode 'Bhargavastra', has been designed and developed by Solar Defence and Aerospace Limited (SDAL), signifying a substantial leap in countering the escalating threat of drone swarms. The micro rockets used in this… pic.twitter.com/qM4FWtEF43— ANI (@ANI) May 14, 2025
ସମସ୍ତ ୪ଟି ଜାକ ରକେଟ୍ ପରୀକ୍ଷଣରୁ କରାଯାଉଥିବା ଆଶା ପୂରଣ କରିଥିବା ବେଳେ ସବୁ ପରୀକ୍ଷଣ ମାନକକୁ ମଧ୍ୟ ପୂରା କରିଛନ୍ତି। ଏସଡିଏଲ ଅନୁସାରେ ଭାର୍ଗବାସ୍ତ୍ର ବଡ଼ ଧରଣର ଡ୍ରୋନ ଆକ୍ରମଣ ମୁକାବିଲା ନିମନ୍ତେ ବୈଷୟିକ ଦୃଷ୍ଟିରୁ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇପାରେ। ଏହି ପରୀକ୍ଷଣର ସଫଳତା ସହିତ ସିଷ୍ଟମ ଭବିଷ୍ୟତରେ ଭାରତର ଡ୍ରୋନ ନିରୋଧ କ୍ଷମତାକୁ ଆହୁରି ମଜଭୁତ କରିବା ସହିତ ସେନାକୁ ଆଧୁନିକ ବିପଦର ମୁକାବିଲା ନିମନ୍ତେ ଅଧିକ ଶକ୍ତିଶାଳୀ କରିବ।
ଏହି ଡିଫେନସ ସିଷ୍ଟମର ଏପରି ନାମକରଣ ନେଇ ଏସଡିଏଲ ପକ୍ଷରୁ ମହାଭାରତର ଉଦାହରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ମହାଭାରତ ଯୁଦ୍ଧରେ କେତେକ ବିନାଶକାରୀ ଅସ୍ତ୍ରର ପ୍ରୟୋଗ ହୋଇଥିଲା, ଯେଉଁଥିରେ ଗୋଟିଏ ‘ଭାର୍ଗବାସ୍ତ୍ର’ ମଧ୍ୟ ଥିଲା। ଏହି ନାମକରଣ ମହର୍ଷି ଭାର୍ଗବ ପର୍ଶୁରାମଙ୍କ ନାମ ଅନୁସାରେ ହୋଇଥିଲା। ଏବେ ଏହି ନାମର ପ୍ରେରଣା ନେଇ ଭାରତ ଏକ ଅତ୍ୟାଧୁନିକ ମାଇକ୍ରୋ-ମିସାଇଲ ଆଧାରିତ କାଉଣ୍ଟର ଡ୍ରୋନ ସିଷ୍ଟମ ବିକଶିତ କରିଛି। ଏହି ପ୍ରତିରକ୍ଷା ସିଷ୍ଟମ ଦେଶର ସୁରକ୍ଷାକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବ। ଏହା ଶତ୍ରୁର ଡ୍ରୋନ ଉପରେ କାଳ ହୋଇ ବର୍ଷିବ। ଏହାକୁ ଭାରତର ଆଇରନଡୋମ ବି କୁହାଯାଉଛି।