NTA ପରୀକ୍ଷା ସଂସ୍କାର ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ନୂଆଦିଲ୍ଲୀ,୨୨ା୬: ଏନ୍ଟିଏ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପରୀକ୍ଷାଗୁଡ଼ିକର ସ୍ବଚ୍ଛ, ସରଳ ଏବଂ ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଉକ୍ତ କମିଟି ଗଠନ କରିଛି। କାରଣ ନିଟ୍, ୟୁଜି, ୟୁଜିସି ଏବଂ ନେଟ୍ ସମେତ ଅନେକ ପରୀକ୍ଷାର ପେପର ଲିକ୍ ବିବାଦ ହେବାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୭ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ପୂର୍ବତନ ଇସ୍ରୋ […] The post NTA ପରୀକ୍ଷା ସଂସ୍କାର ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୬: ଏନ୍ଟିଏ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପରୀକ୍ଷାଗୁଡ଼ିକର ସ୍ବଚ୍ଛ, ସରଳ ଏବଂ ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଉକ୍ତ କମିଟି ଗଠନ କରିଛି। କାରଣ ନିଟ୍, ୟୁଜି, ୟୁଜିସି ଏବଂ ନେଟ୍ ସମେତ ଅନେକ ପରୀକ୍ଷାର ପେପର ଲିକ୍ ବିବାଦ ହେବାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
୭ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଏହି କମିଟିରେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ପ୍ରଫେସର ବି.ଜେ ରାଓ, ରାମମୂର୍ତ୍ତି. କେ, ପଙ୍କଜ ବଂଶଲ ମଧ୍ୟ ରହିଛନ୍ତି।
କମିଟି ନିମ୍ନ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବ:
ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର
(କ) ଆମୂଳଚୁଳ ଭାବେ ପରୀକ୍ଷା ପ୍ରକ୍ରିୟାର ବିଶ୍ଳେଷଣ କରିବା ଏବଂ ବ୍ୟବସ୍ଥାର ଦକ୍ଷତାରେ ଉନ୍ନତି ଆଣିବା ଏବଂ କୌଣସି ସମ୍ଭାବ୍ୟ ଉଲ୍ଲଂଘନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେବା ।
(ଖ) ଏନଟିଏର ମାନକ ପରିଚାଳନା ପଦ୍ଧତି ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି)/ପ୍ରୋଟୋକଲର ସମ୍ପୂର୍ଣ୍ଣ ସମୀକ୍ଷା କରିବା ଏବଂ ପ୍ରତ୍ୟେକ ସ୍ତରରେ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଅନୁଧ୍ୟାନ ବ୍ୟବସ୍ଥା ସହିତ ଏହି ପ୍ରକ୍ରିୟା/ ପ୍ରୋଟୋକଲଗୁଡ଼ିକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନେବା ଲାଗି ଆବଶ୍ୟକ ପରାମର୍ଶ ଦେବା ।
(ii) ଡାଟା ସୁରକ୍ଷା ପ୍ରୋଟୋକଲରେ ଉନ୍ନତି
(କ) ବର୍ତ୍ତମାନର ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ ଏନଟିଏର ପ୍ରୋଟୋକଲଗୁଡିକର ମୂଲ୍ୟାଙ୍କନ କରିବା ତଥା ଏଥିରେ ସୁଧାର ପାଇଁ ପଦକ୍ଷେପ ସୁପାରିସ କରିବା ।
(ଖ) ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା ତଥା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁପାରିସ କରିବା ।
(iii) ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି
(କ) ପଏଣ୍ଟ (୧) ଓ (୨) ଅଧୀନରେ ଦିଆଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ସାଂଗଠନିକ ଢାଞ୍ଚା ଏବଂ ପରିଚାଳନା ପ୍ରକ୍ରିୟାରେ ସୁଧାର ଆବଶ୍ୟକ ସୁପାରିସ କରିବା ଏବଂ ପ୍ରତ୍ୟେକ ସ୍ତରରେ କର୍ମକର୍ତ୍ତାଙ୍କ ଭୂମିକା ଏବଂ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା ।
(ଖ) ଏନଟିଏର ସାମ୍ପ୍ରତିକ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆକଳନ କରିବା, ଉନ୍ନତିର କ୍ଷେତ୍ରଗୁଡିକ ଚିହ୍ନଟ କରିବା ଏବଂ ଏହାର ଦକ୍ଷତା ବୃଦ୍ଧି ପାଇଁ ସୁପାରିସ କରିବା।
ଏହି ଆଦେଶ ଜାରି ହେବାର ଦୁଇ ମାସ ମଧ୍ୟରେ କମିଟି ଏହାର ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରିବ। ନିଜର ସହାୟତା କରିବା ପାଇଁ କମିଟି ଯେକୌଣସି ବିଷୟ ବିଶେଷଜ୍ଞଙ୍କ ସହଯୋଗ ନେଇପାରିବ।
The post NTA ପରୀକ୍ଷା ସଂସ୍କାର ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି appeared first on Dharitri Odia News.