ସ୍ବାମୀଙ୍କ ଠାରୁ ଅଲଗା ହେବେ ଇଶା ଦେଓଲ
ମୁମ୍ବାଇ: ଡ୍ରିମ୍ ଗର୍ଲ ତଥା ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ବୃତ୍ତିଗତ ଠାରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଇଶା ଦେଓଲଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ ତାଙ୍କ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ବାସ୍ତବରେ, ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍ କମ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି […] The post ସ୍ବାମୀଙ୍କ ଠାରୁ ଅଲଗା ହେବେ ଇଶା ଦେଓଲ appeared first on Dharitri Odia News.
ମୁମ୍ବାଇ: ଡ୍ରିମ୍ ଗର୍ଲ ତଥା ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ବୃତ୍ତିଗତ ଠାରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଇଶା ଦେଓଲଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ ତାଙ୍କ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।
ବାସ୍ତବରେ, ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍ କମ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ନିକଟରେ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ସର୍ବସାଧାରଣରେ ଏକାଠି ଦେଖାଯାଉ ନାହିଁ। କେବଳ ଏତିକି ନୁହେଁ, ଏହି ପୋଷ୍ଟରେ ୟୁଜର୍ସ ମଧ୍ୟ ଦାବି କରିଛନ୍ତି ଯେ, ଭରତ ତାଙ୍କ ପତ୍ନୀଙ୍କୁ ଠକିଛନ୍ତି। ୟୁଜର୍ସ ଜଣଙ୍କ କହିଛନ୍ତି, ନୂଆ ବର୍ଷ ବେଙ୍ଗାଲୁରୁରେ ଏକ ପାର୍ଟିରେ ଇଶାଙ୍କ ସ୍ବାମୀ ଭରତଙ୍କୁ ଦେଖିଛନ୍ତି। ଯେଉଁଠାରେ ସେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କ ସହିତ ଥିଲେ। ଏହା ମଧ୍ୟ କୁହାଯାଇଥିଲା ଯେ ଭରତଙ୍କ ଗର୍ଲଫ୍ରେଣ୍ଡ ବାଙ୍ଗାଲୋରରେ ରୁହନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଓଲ ପରିବାରର କେହି ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
The post ସ୍ବାମୀଙ୍କ ଠାରୁ ଅଲଗା ହେବେ ଇଶା ଦେଓଲ appeared first on Dharitri Odia News.