ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର
ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍ ‘ରୁଚି’ (ରୁଚି ଫୁଡ୍ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁରଟର ହୋଟେଲ ଏମ୍ବାସିଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୁଚି ମସଲା କିଣି ଭାଗ୍ୟଶାଳୀ ବିଜେତା ହୋଇଥିବା ୨ ଗ୍ରାହକ ପ୍ରଦୀପ ମହାପାତ୍ର ଓ ସୁକାନ୍ତ କୁମାର ନାୟକଙ୍କୁ କମ୍ପାନୀ ପକ୍ଷରୁ ଓଲା ଇ-ବାଇକ୍ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରୁଚିର […] The post ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର appeared first on Dharitri Odia News.
ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍ ‘ରୁଚି’ (ରୁଚି ଫୁଡ୍ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁରଟର ହୋଟେଲ ଏମ୍ବାସିଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୁଚି ମସଲା କିଣି ଭାଗ୍ୟଶାଳୀ ବିଜେତା ହୋଇଥିବା ୨ ଗ୍ରାହକ ପ୍ରଦୀପ ମହାପାତ୍ର ଓ ସୁକାନ୍ତ କୁମାର ନାୟକଙ୍କୁ କମ୍ପାନୀ ପକ୍ଷରୁ ଓଲା ଇ-ବାଇକ୍ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁ, ସୁରଟର ଉତ୍କଳ ବ୍ରାହ୍ମଣ ପରିବାରର ସଭାପତି ଭାବଗ୍ରାହୀ ପଣ୍ଡା, ସୁରଟ ଓଡ଼ିଆ କଲ୍ୟାଣ ସଙ୍ଗଠନର ସଭାପତି ବିଦେଶୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଗ୍ୟଶାଳୀ ବିଜେତାଙ୍କୁ ଇ-ବାଇକ ପୁରସ୍କାର ପ୍ରଦାନ କରିଥିଲେ।
ସେହିଭଳି ରନ୍ଧନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ସରିତା ସାମନ୍ତରାୟ, ବନିତା ବଡ଼ତ୍ୟା, ଝୁନୁରାଣୀ ପାତ୍ର, ଶ୍ରୁତିରେଖା ପଟ୍ଟନାୟକ, ଉଷା ବଡ଼ତ୍ୟା, ହେମଲତା ପରମାଣିକ, କବିତା ରାଉତ, ଭାରତୀ ପଟ୍ଟନାୟକ ଓ ମନ୍ଦାକିନୀ ବିଶୋଇ ସ୍ବର୍ଣ୍ଣମୁଦ୍ରା ବିଜୟୀ ହୋଇଥିଲାବେଳେ ୩୦ ଜଣ କୃତୀ ପ୍ରତିଯୋଗୀଙ୍କୁ ରୌପ୍ୟ ମୁଦ୍ରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ସୁରଟର ରୁଚି ଡିଲର ସୁମନ୍ତ କୁମାର ଦାସ ଓ ରଜନୀଶ ଦାସ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସୁରଟର ୨୦୦ରୁ ଅଧିକ ରିଟେଲର, ଡିଷ୍ଟ୍ରିବ୍ୟୁଟର ଓ ବ୍ୟବସାୟୀ ସହଯୋଗୀମାନେ ଯୋଗ ଦେଇଥିଲେ।
The post ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର appeared first on Dharitri Odia News.