OAS ସ୍ତରରେ ଅଦଳବଦଳ, ରୋଶନ ଶତପଥୀ ହେଲେ BMC ଡେପୁଟି କମିଶନର
ଭୁବନେଶ୍ୱର ୧୮।୦୮ : OAS ସ୍ତରରେ ଅଦଳବଦଳ। ୨୯ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ଙ୍କର ମଧ୍ୟ ବଦଳି ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେପୁଟି କମିଶନର ରୋଶନ ଶତପଥୀଙ୍କୁ ଆଇନ ମନ୍ତ୍ରୀଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ବଦଳି କରାଯାଇଛି ।ସେହିପରି ମହିଳା ଓ ଶିଶୁ ମଙ୍ଗଳ ବିଭାଗର ଅନୁସଚିବ ଜନ୍ମେଜୟ ସାହୁଙ୍କୁ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ଓଏସ୍ଡି ଭାବେ ବଦଳି କରାଯାଇଥିବା ବେଳେ ନୟାଗଡ଼ର ଡେପୁଟି କଲେକ୍ଟର ଅଭିଜିତ ଷଡଙ୍ଗୀଙ୍କୁ ନିମାପଡ଼ା ବିଡିଓ ଭାବେ ବଦଳି କରାଯାଇଛି। ଅପରପକ୍ଷେ ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକଙ୍କୁ ନୟାଗଡ଼ର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ଗୋପ ତହସିଲଦାର ଭାବେ ବଦଳି କରାଯାଇଛି।
ଭୁବନେଶ୍ୱର ୧୮।୦୮ : OAS ସ୍ତରରେ ଅଦଳବଦଳ। ୨୯ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ଙ୍କର ମଧ୍ୟ ବଦଳି ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେପୁଟି କମିଶନର ରୋଶନ ଶତପଥୀଙ୍କୁ ଆଇନ ମନ୍ତ୍ରୀଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ବଦଳି କରାଯାଇଛି ।
ସେହିପରି ମହିଳା ଓ ଶିଶୁ ମଙ୍ଗଳ ବିଭାଗର ଅନୁସଚିବ ଜନ୍ମେଜୟ ସାହୁଙ୍କୁ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ଓଏସ୍ଡି ଭାବେ ବଦଳି କରାଯାଇଥିବା ବେଳେ ନୟାଗଡ଼ର ଡେପୁଟି କଲେକ୍ଟର ଅଭିଜିତ ଷଡଙ୍ଗୀଙ୍କୁ ନିମାପଡ଼ା ବିଡିଓ ଭାବେ ବଦଳି କରାଯାଇଛି। ଅପରପକ୍ଷେ ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକଙ୍କୁ ନୟାଗଡ଼ର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ଗୋପ ତହସିଲଦାର ଭାବେ ବଦଳି କରାଯାଇଛି।