ଦୁଇ ଭାଗ ହେଲା ଟ୍ରେନ୍: ୮ ବଗିକୁ ଛାଡ଼ି ଚାଲିଗଲା ଟ୍ରେନ୍, ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ୨୫।୦୮: ଉତ୍ତରପ୍ରଦେଶର ବିଜନୋରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା। ସକାଳ ପ୍ରାୟ ୪ଟାରେ ଘଣ୍ଟାକୁ ୮୦ କିମି ବେଗରେ ଯାଉଥିବା କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । ୧୦ ରୁ ଅଧିକ ବଗି ସହିତ ଇଞ୍ଜିନ୍ ଆଗକୁ ମାଡ଼ି ଚାଲିଥିଲା ବେଳେ  ୫ ରୁ ଅଧିକ ଅବଶିଷ୍ଟ କୋଚ୍ ପଛରେ ରହି ଯାଇଥିଲା। ଦୁର୍ଘଟଣାର କାରଣ ବୈଷୟିକ ତ୍ରୁଟି ବୋଲି କୁହାଯାଉଛି। ବର୍ତ୍ତମାନ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ସୂଚନାନୁସାରେ, କିସାନ ଏକ୍ସପ୍ରେସ ସକାଳ ୪ଟାରେ ଯାଉଥିଲା। ଟ୍ରେନ୍ ବିଜନୋରର ସେହୋରା ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍ ଦୁଇଟି ଭାଗରେ ବିଭକ୍ତ ହେଲା । ଏସି କୋଚ୍‌ ଗୁଡିକ ଅଲଗା ହୋଇଯାଇଥିଲା । ସବୁଠାରୁ ବଡ କଥା ହେଉଛି ଏହି ଦୁର୍ଘଟଣାରେ କୌଣସି ଜୀବନ ନଷ୍ଟ ହୋଇ ନାହିଁ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କହିବାକୁ ଗଲେ କପଲିଙ୍ଗ୍ ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।  ହଠାତ୍ ଝଟକା ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଯାତ୍ରୀମାନେ ବିକଳରେ ଚିତ୍କାର କରିବାକୁ ଲାଗିଥିଲେ। ଦୁର୍ଘଟଣା ସମୟରେ ଟ୍ରେନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ଥିଲା। ହଠାତ୍ କପଲିଙ୍ଗ୍ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଏବଂ କ୍ରୋଧର ବାତାବରଣ ରହିଛି।

ଦୁଇ ଭାଗ ହେଲା ଟ୍ରେନ୍: ୮ ବଗିକୁ ଛାଡ଼ି ଚାଲିଗଲା ଟ୍ରେନ୍, ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ୨୫।୦୮: ଉତ୍ତରପ୍ରଦେଶର ବିଜନୋରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା। ସକାଳ ପ୍ରାୟ ୪ଟାରେ ଘଣ୍ଟାକୁ ୮୦ କିମି ବେଗରେ ଯାଉଥିବା କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । ୧୦ ରୁ ଅଧିକ ବଗି ସହିତ ଇଞ୍ଜିନ୍ ଆଗକୁ ମାଡ଼ି ଚାଲିଥିଲା ବେଳେ  ୫ ରୁ ଅଧିକ ଅବଶିଷ୍ଟ କୋଚ୍ ପଛରେ ରହି ଯାଇଥିଲା। ଦୁର୍ଘଟଣାର କାରଣ ବୈଷୟିକ ତ୍ରୁଟି ବୋଲି କୁହାଯାଉଛି। ବର୍ତ୍ତମାନ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୂଚନାନୁସାରେ, କିସାନ ଏକ୍ସପ୍ରେସ ସକାଳ ୪ଟାରେ ଯାଉଥିଲା। ଟ୍ରେନ୍ ବିଜନୋରର ସେହୋରା ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍ ଦୁଇଟି ଭାଗରେ ବିଭକ୍ତ ହେଲା । ଏସି କୋଚ୍‌ ଗୁଡିକ ଅଲଗା ହୋଇଯାଇଥିଲା । ସବୁଠାରୁ ବଡ କଥା ହେଉଛି ଏହି ଦୁର୍ଘଟଣାରେ କୌଣସି ଜୀବନ ନଷ୍ଟ ହୋଇ ନାହିଁ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। 

କହିବାକୁ ଗଲେ କପଲିଙ୍ଗ୍ ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।  ହଠାତ୍ ଝଟକା ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଯାତ୍ରୀମାନେ ବିକଳରେ ଚିତ୍କାର କରିବାକୁ ଲାଗିଥିଲେ। ଦୁର୍ଘଟଣା ସମୟରେ ଟ୍ରେନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ଥିଲା। ହଠାତ୍ କପଲିଙ୍ଗ୍ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଏବଂ କ୍ରୋଧର ବାତାବରଣ ରହିଛି।