ବଳଙ୍ଗା ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି, ସଂପର୍କୀୟ ଦେଲେ ସୂଚନା
ଭୁବନେଶ୍ଵର: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନେଇ ସୂଚନା ଦେଇଛନ୍ତି ସଂପର୍କୀୟ। ପୀଡିତାଙ୍କ ଓଟିରେ ଚିକିତ୍ସା ଚାଲିଛି। ଗତକାଲି ସନ୍ଧ୍ୟାରେ ଏମ୍ସ ବୁଲେଟିନ୍ ଜାରି କରି କହିଥିଲା ଯେ, ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ଗତକାଲି ପୀଡ଼ିତାଙ୍କୁ ଭୁବନେଶ୍ଵର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା।ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖ ଶନିବାର ସକାଳ ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରେ ନାବାଳିକାକୁ ତିନି ଜଣ ଦୁର୍ବୃତ୍ତ ବଳପୂର୍ବକ ବାଇକରେ ନେଇ ଅଚେତ କରିବା ପରେ କିରୋସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଭୁବନେଶ୍ବର ଏମ୍ସରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ସହିତ ତାଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ଏମ୍ସରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ସ୍ଥିର ହୋଇଥିଲା। ରବିବାର ଏକ ସ୍ଵତନ୍ତ୍ର ବିମାନରେ ପୀଡ଼ିତାଙ୍କ ଏୟାରଲିଫ୍ଟ କରାଯାଇଥିଲା। ପୀଡ଼ିତାଙ୍କ ସହିତ ଡାକ୍ତରୀ ଦଳ ସହ ବାପା, ଦାଦା ଓ ପିଉସୀ ବି ସାଙ୍ଗରେ ଯାଇଛନ୍ତି। Also read: ଉଦିତ୍ ପ୍ରଧାନ ଗିରଫ ଘଟଣା, ଜୋନ୍-
ଭୁବନେଶ୍ଵର: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନେଇ ସୂଚନା ଦେଇଛନ୍ତି ସଂପର୍କୀୟ। ପୀଡିତାଙ୍କ ଓଟିରେ ଚିକିତ୍ସା ଚାଲିଛି। ଗତକାଲି ସନ୍ଧ୍ୟାରେ ଏମ୍ସ ବୁଲେଟିନ୍ ଜାରି କରି କହିଥିଲା ଯେ, ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ଗତକାଲି ପୀଡ଼ିତାଙ୍କୁ ଭୁବନେଶ୍ଵର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା।
ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖ ଶନିବାର ସକାଳ ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରେ ନାବାଳିକାକୁ ତିନି ଜଣ ଦୁର୍ବୃତ୍ତ ବଳପୂର୍ବକ ବାଇକରେ ନେଇ ଅଚେତ କରିବା ପରେ କିରୋସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଭୁବନେଶ୍ବର ଏମ୍ସରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ସହିତ ତାଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ଏମ୍ସରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ସ୍ଥିର ହୋଇଥିଲା। ରବିବାର ଏକ ସ୍ଵତନ୍ତ୍ର ବିମାନରେ ପୀଡ଼ିତାଙ୍କ ଏୟାରଲିଫ୍ଟ କରାଯାଇଥିଲା। ପୀଡ଼ିତାଙ୍କ ସହିତ ଡାକ୍ତରୀ ଦଳ ସହ ବାପା, ଦାଦା ଓ ପିଉସୀ ବି ସାଙ୍ଗରେ ଯାଇଛନ୍ତି।
Also read: ଉଦିତ୍ ପ୍ରଧାନ ଗିରଫ ଘଟଣା, ଜୋନ୍-୫ ଏସିପି କହିଲେ- ମୃଦୁ ପାନୀୟରେ ଦିଆଯାଇଥିଲେ ନିଶାଦ୍ରବ୍ୟ
ଏହି ଘଟଣାକୁ ୪୮ ଘଣ୍ଟା ବିତି ସାରିଥିଲେ ହେଁ ଅଦ୍ୟାବଧି କାହାରିକୁ ଗିରଫ କରି ପାରିନି ପୋଲିସ। ଘଟଣାରେ ଦୁଇଟି ସ୍ଵତନ୍ତ୍ର ସ୍କ୍ଵାଡ୍ ତଦନ୍ତ ଜାରି ରଖିଛନ୍ତି। ଗତକାଲି ଡିଜିପି ଓ୍ଵାଇବି ଖୁରାନିଆ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ତଦନ୍ତର ସମୀକ୍ଷା କରିଥିଲେ। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଗତକାଲି ବଳଙ୍ଗା ଥାନା ବାହାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲା। ବଳଙ୍ଗାରେ ନାବାଳିକାଙ୍କୁ ପୋଡି ଘଟଣା ସେହି ସମୟରେ ଘଟିଛି ଯେତେବେଳେ ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି।