OAS ସ୍ତରରେ ବଡ଼ଧରଣର ଅଦଳବଦଳ, ୩୪ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର୨୩।୦୩ : ଓଡ଼ିଶା ପ୍ରାଶାସନିକ ସେବା  (ଓଏଏସ୍‌) ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ  କରାଯାଇଛି । ବଦଳିଛନ୍ତି ୩୪ଜଣ ଓଏଏସ୍‌ । ବରିଷ୍ଠ  ଓଏଏସ୍‌ ଶିବାନୀ ମହାନ୍ତିଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ   ବିଭାଗର ଅତିରିକ୍ତ ସଚିବ, ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ  ଖାଦ୍ୟ କମିଶନର ସଦସ୍ୟ ସଚିବ ନିଯୁକ୍ତ କରାଯାଇଛି । ସେହିପରି ଦୟାସିନ୍ଧୁ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର  ଅତିରିକ୍ତ ନିର୍ବାହୀ ଅଧିକାରୀ, ନୀଳାମ୍ବର ମହାନନ୍ଦଙ୍କୁ  ରାୟଗଡ଼ା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ,  ସୌରଭ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲା ପରିଷଦର   ଅତିରିକ୍ତ ନିର୍ବାହୀ ଅଧିକାରୀ, ନୀରଲିପ୍ତା ମହାନ୍ତିଙ୍କୁ  ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟାର  (ପ୍ରଶାସନିକ) ଭାବେ ବଦଳି ହୋଇଛି । ଏହାବାଦ୍‌ ଗଞ୍ଜାମ, କେନ୍ଦୁଝର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ଯାଜପୁର,  କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାରେ ଡିଏସ୍‌ଆର୍‌, ଡିଏଚ୍‌ଏଚ୍‌  ପ୍ରାଶାସନିକ ଅଧିକାରୀ ଆଦି ପଦବିରେ ବଦଳି ହୋଇଛି।

OAS ସ୍ତରରେ ବଡ଼ଧରଣର ଅଦଳବଦଳ, ୩୪ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର୨୩।୦୩ : ଓଡ଼ିଶା ପ୍ରାଶାସନିକ ସେବା  (ଓଏଏସ୍‌) ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ  କରାଯାଇଛି । ବଦଳିଛନ୍ତି ୩୪ଜଣ ଓଏଏସ୍‌ । ବରିଷ୍ଠ  ଓଏଏସ୍‌ ଶିବାନୀ ମହାନ୍ତିଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ   ବିଭାଗର ଅତିରିକ୍ତ ସଚିବ, ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ  ଖାଦ୍ୟ କମିଶନର ସଦସ୍ୟ ସଚିବ ନିଯୁକ୍ତ କରାଯାଇଛି । 

ସେହିପରି ଦୟାସିନ୍ଧୁ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର  ଅତିରିକ୍ତ ନିର୍ବାହୀ ଅଧିକାରୀ, ନୀଳାମ୍ବର ମହାନନ୍ଦଙ୍କୁ  ରାୟଗଡ଼ା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ,  ସୌରଭ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲା ପରିଷଦର   ଅତିରିକ୍ତ ନିର୍ବାହୀ ଅଧିକାରୀ, ନୀରଲିପ୍ତା ମହାନ୍ତିଙ୍କୁ  ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟାର  (ପ୍ରଶାସନିକ) ଭାବେ ବଦଳି ହୋଇଛି । ଏହାବାଦ୍‌ ଗଞ୍ଜାମ, କେନ୍ଦୁଝର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ଯାଜପୁର,  କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାରେ ଡିଏସ୍‌ଆର୍‌, ଡିଏଚ୍‌ଏଚ୍‌  ପ୍ରାଶାସନିକ ଅଧିକାରୀ ଆଦି ପଦବିରେ ବଦଳି ହୋଇଛି।