OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୭ ପ୍ରଶାସନିକ ଅଧିକାରୀ ହେଲେ ବଦଳି

ଭୁବନେଶ୍ୱର ୦୬।୦୮ : ରାଜ୍ୟ ସରକାର ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏକାଥରେ ୨୭ ବରିଷ୍ଠ ଓଏଏସ୍‌ଙ୍କୁ ବଦଳି କରାଯାଇଛି । ସେଥିମଧ୍ୟରେ ପୂର୍ବ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି। ଗୋପବନ୍ଧୁ ପ୍ରାଶାସନିକ  ଏକାଡେମୀର ଡେପୁଟି ଡିଜି ଭାବେ ଥିବା ଡା. ପ୍ରଦୀପ କୁମାର ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବହୁଚର୍ଚ୍ଚିତ ଓଏଏସ୍‌ ଲାଲା ମନୋଜ କୁମାର ରାୟଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ରାୟ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାସହ ପୂର୍ବ ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ହୋତାଙ୍କୁ  ସଂସଦୀୟ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଓଡ଼ିଶା  ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜିଏମ୍‌ ସୁକାନ୍ତ କୁମାର ବେହେରାଙ୍କୁ  ଓଏଚ୍‌ଆର୍‌ସିର ସଚିବ ଭାବେ ବଦଳି କରାଯାଇଛି। ମାନସ ରଞ୍ଜନ ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁରଞ୍ଜନ ପ୍ରଧାନଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ  ସଚିବ, କୃତ୍ତିବାସ ରାଉତଙ୍କୁ ପଞ୍ଚାୟତିରାଜ ବିଭାଗରୁ ମହିଳା ଓ ଶିଶୁ ବିକାଶ  ବିଭାଗର ଅତିରିକ୍ତ ସଚିବ ଓ ସରୋଜ କୁମାର ରାଉତଙ୍କୁ ପର

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୭ ପ୍ରଶାସନିକ ଅଧିକାରୀ ହେଲେ ବଦଳି

ଭୁବନେଶ୍ୱର ୦୬।୦୮ : ରାଜ୍ୟ ସରକାର ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏକାଥରେ ୨୭ ବରିଷ୍ଠ ଓଏଏସ୍‌ଙ୍କୁ ବଦଳି କରାଯାଇଛି । ସେଥିମଧ୍ୟରେ ପୂର୍ବ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି। 

ଗୋପବନ୍ଧୁ ପ୍ରାଶାସନିକ  ଏକାଡେମୀର ଡେପୁଟି ଡିଜି ଭାବେ ଥିବା ଡା. ପ୍ରଦୀପ କୁମାର ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବହୁଚର୍ଚ୍ଚିତ ଓଏଏସ୍‌ ଲାଲା ମନୋଜ କୁମାର ରାୟଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ରାୟ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାସହ ପୂର୍ବ ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ହୋତାଙ୍କୁ  ସଂସଦୀୟ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଓଡ଼ିଶା  ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜିଏମ୍‌ ସୁକାନ୍ତ କୁମାର ବେହେରାଙ୍କୁ  ଓଏଚ୍‌ଆର୍‌ସିର ସଚିବ ଭାବେ ବଦଳି କରାଯାଇଛି। ମାନସ ରଞ୍ଜନ ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁରଞ୍ଜନ ପ୍ରଧାନଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ  ସଚିବ, କୃତ୍ତିବାସ ରାଉତଙ୍କୁ ପଞ୍ଚାୟତିରାଜ ବିଭାଗରୁ ମହିଳା ଓ ଶିଶୁ ବିକାଶ  ବିଭାଗର ଅତିରିକ୍ତ ସଚିବ ଓ ସରୋଜ କୁମାର ରାଉତଙ୍କୁ ପରିବହନ ବିଭାଗକୁ  ବଦଳି କରାଯାଇଛି। ଅନୁପ କୁମାର ସାହୁଙ୍କୁ ପଞ୍ଚାୟତିରାଜ ବିଭାଗ, ବିଜୟ କୁମାର ସ୍ୱାଇଁଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ବଦଳି ହୋଇଛି। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ରବୀନ୍ଦ୍ର କୁମାର ସେଠୀଙ୍କୁ ଓଏଫ୍‌ଡିସି ଜିଏମ୍‌, ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ରଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ, କୈଳାସ ଚନ୍ଦ୍ର ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ଯୁଗ୍ମ କମିଶନର ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଉପଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟଙ୍କୁ  ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।