ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ

ମଙ୍ଗୁଳି-ଜଗତପୁର,୧୨ା୨(ମାନସ ସାମଲ):ଚୌଦାର-କଟକ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ନଖରା ପଞ୍ଚାୟତସ୍ଥିତ ହାଟପଡ଼ିଆରେ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଶାଳଗଁା ସରପଞ୍ଚ ପବିତ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ନୁଣ୍ଟିଗିରି ଛକ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବକ ଏକତ୍ରିତ ହୋଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ କରିଥିଲେ। ପରେ ତାଙ୍କୁ ବାଇକ ଶୋଭାଯାତ୍ରାରେ ନେଇ ହାଟ ପଡିଆରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ମିଶ୍ରଣ ପର୍ବରେ ମନମୋହନ କହିଛନ୍ତି, ଯଦି ଆଗାମୀ ଦିନରେ ରାଜ୍ୟରେ ଭାଜପା ସରକାର ଆସେ […] The post ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ appeared first on Dharitri Odia News.

ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ

ମଙ୍ଗୁଳି-ଜଗତପୁର,୧୨ା୨(ମାନସ ସାମଲ):ଚୌଦାର-କଟକ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ନଖରା ପଞ୍ଚାୟତସ୍ଥିତ ହାଟପଡ଼ିଆରେ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଶାଳଗଁା ସରପଞ୍ଚ ପବିତ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ନୁଣ୍ଟିଗିରି ଛକ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବକ ଏକତ୍ରିତ ହୋଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ କରିଥିଲେ। ପରେ ତାଙ୍କୁ ବାଇକ ଶୋଭାଯାତ୍ରାରେ ନେଇ ହାଟ ପଡିଆରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ମିଶ୍ରଣ ପର୍ବରେ ମନମୋହନ କହିଛନ୍ତି, ଯଦି ଆଗାମୀ ଦିନରେ ରାଜ୍ୟରେ ଭାଜପା ସରକାର ଆସେ ତା’ହେଲେ ଚୌଦ୍ୱାରରେ ପୁଣି ଶିଳ୍ପ ଖୋଲିବା ସହ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରାଯିବ। କୃଷିଭିତ୍ତିକ ଶିଳ୍ପ କରାଯାଇ ଧାନ କୁଇଣ୍ଟାଲ ପିଛା ଅଧିକ ୧୦୦୦ ଟଙ୍କା ଦିଆଯିବ। ଏଥିସହ ଶୀତଳଭଣ୍ଡାରର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅବିନାଶ ଚନ୍ଦ୍ର ପଣ୍ଡା, ଜିଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ନୟନ କିଶୋର ମହାନ୍ତି, ପୂର୍ବତନ ଜିଲା ସଭାପତି ହେମନ୍ତ ଚୌଧୁରୀ, ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ଶୁଭ୍ରାଂଶୁ ଷଡ଼ଙ୍ଗୀ, ନଖରା ସରପଞ୍ଚ ମଧୁଛନ୍ଦା ଉପାଧ୍ୟାୟ ଯୋଗଦେଇଥିଲେ। ପବିତ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ଆଗ୍ରାହାଟ, ନଖରା, ବାଣୀପଦା, କୟଳପଡ଼ା, କଖଡି ପଞ୍ଚାୟତ ସମେତ ଚୌଦ୍ୱାର ପୌରପାଳିକା ଅଧୀନ ୧୯ଟି ୱାର୍ଡର ୩୦୦୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଭାଜପା ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

The post ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ appeared first on Dharitri Odia News.