Odisha BJD Leader Misbehaved: ବାଲେଶ୍ବର ବିଜେଡିରେ ସଂଘାତିକ ସ୍ଥିତି; ନିଜ ଦଳର ମହିଳା କାଉନସିଲରଙ୍କୁ BJD ନେତାଙ୍କ ଦୁର୍ବ୍ୟବହାର

ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । 

Odisha BJD Leader Misbehaved: ବାଲେଶ୍ବର ବିଜେଡିରେ ସଂଘାତିକ ସ୍ଥିତି; ନିଜ ଦଳର ମହିଳା କାଉନସିଲରଙ୍କୁ BJD ନେତାଙ୍କ ଦୁର୍ବ୍ୟବହାର

ବାଲେଶ୍ବର ବିଜେଡିରେ ସଂଘାତିକ ସ୍ଥିତି । ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । 

ଶଶିରେଖାଙ୍କ ଅଭିଯୋଗ ଅନୁସାରେ, ୨୨ ନମ୍ବର ୱାର୍ଡର ବିଜେଡି କାଉନସିଲର ଦେବାଶିଷ ସିଂହ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଏନେଇ ଗତ ଏକ ତାରିଖରେ ସେ ସହଦେବଖୁଣ୍ଟା ଥାନାର ଦ୍ବାରସ୍ଥ ହୋଇଥିଲେ । ମାତ୍ର ଏଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଫଳରେ ୧୨ କାଉନସିଲରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ ଡାକି ମଞ୍ଚ ଉପରେ କାନ୍ଦି କାନ୍ଦି ନିଜ ଅସନ୍ତୋଷ ବଖାଣିଛନ୍ତି ଶଶିରେଖା । 

ଅଧିକ ପଢନ୍ତୁ: ବାବୁ ବନାମ ନେତା; ଆକ୍ଷେପ କଲେ ଶାସକଦଳ ବିଧାୟକ, ସ୍ୱର ମିଶାଇଲେ ବିରୋଧୀ

ବଡ଼କଥା ହେଉଛି ବାଲେଶ୍ବର ପୌରପରିଷଦରେ ବିଜେଡି କାଉନସିଲର ଏବେ ଦୁଇ ଭାଗ ହୋଇଯାଇଛନ୍ତି । ଗୋଟିଏ ଗୋଷ୍ଠୀ ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କୁ ସମର୍ଥନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ସମର୍ଥନ କରୁଛି । ଶଶିରେଖା ସ୍ବରୂପ ଦାସଙ୍କ ଗୋଷ୍ଠୀର ହୋଇଥିବାବେଳେ ଦେବାଶିଷ ସିଂହ ରବୀନ୍ଦ୍ର ଜେନାଙ୍କୁ ସମର୍ଥନ କରୁଛନ୍ତି ।

ଏଭଳି ସ୍ଥିତିରେ ନିଜ ଦଳର ଜଣେ ମହିଳା କାଉନସିଲରଙ୍କୁ ବିଜେଡି କାଉନରସିଲରଙ୍କ ଦୁର୍ବ୍ୟବହାରକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଥିବାବେଳେ ଶଶିରେଖାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ। ସେ କହିଛନ୍ତି, ମୁଁ କୌଣସି ମହିଳାଙ୍କ ପ୍ରତି ଏପରି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ନାହିଁ। ପୂର୍ବତନ ବିଧାୟକଙ୍କ ଇଙ୍ଗିତରେ ଏପରି ହୋଇଛି। ସେମାନେ ଜାଣିଶୁଣି ମୋ’ ନାଁରେ ମିଥ୍ୟା କେସ୍‌ ଦେଇଛନ୍ତି।

ଅଧିକ ପଢନ୍ତୁ: ‘BJD ଏବେ ICUରେ, ଥିଲେ ତ Congress ସହ ମିଶିବ’