Odisha Budget: ମତ୍ସ୍ୟ, ପଶୁପାଳନ ପାଇଁ ୧୯୦୯ କୋଟି ବଜେଟରେ ଘୋଷଣା
ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ମତ୍ସ୍ୟ, ଏବଂ ପଶୁପାଳନକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ରାଜ୍ୟ ସରକାର ମତ୍ସ୍ୟ, ପଶୁପାଳନ ପାଇଁ ବଜେଟରେ ୧୯୦୯ କୋଟି ଟଙ୍କା ବୟବରାଦ କରିଛନ୍ତି। ଏଥିସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏପରିକି ଗୋମାତା ଯୋଜନା ପାଇଁ […] The post Odisha Budget: ମତ୍ସ୍ୟ, ପଶୁପାଳନ ପାଇଁ ୧୯୦୯ କୋଟି ବଜେଟରେ ଘୋଷଣା appeared first on Dharitri Odia News.
ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ମତ୍ସ୍ୟ, ଏବଂ ପଶୁପାଳନକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ରାଜ୍ୟ ସରକାର ମତ୍ସ୍ୟ, ପଶୁପାଳନ ପାଇଁ ବଜେଟରେ ୧୯୦୯ କୋଟି ଟଙ୍କା ବୟବରାଦ କରିଛନ୍ତି।
ଏଥିସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏପରିକି ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି । ଏହାଦ୍ୱାରା ରାଜ୍ୟ ମତ୍ସ୍ୟ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆତ୍ମନିିର୍ଭରଶୀଳ ହେବା ନେଇ ଲକ୍ଷ୍ୟ ରଖାଯାଇଛି।
କୃଷି ପାଇଁ ଏଥର ବଜେଟରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସେହିପରି ସିଏମ୍ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି କରାଯାଇଛି। ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି। ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ।
The post Odisha Budget: ମତ୍ସ୍ୟ, ପଶୁପାଳନ ପାଇଁ ୧୯୦୯ କୋଟି ବଜେଟରେ ଘୋଷଣା appeared first on Dharitri Odia News.