Odisha Kalki Avatar Puja Incident: ବାବାଙ୍କ ଉପରେ ଯୁବତୀଙ୍କ ସଙ୍ଗୀନ ଆରୋପ, ‘ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି’

ତଥାକଥିତ କଳକୀ ବାବାଙ୍କ ନାଁରେ ସାଘାଂତିକ ଅଭିଯୋଗ । ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି ।

Odisha Kalki Avatar Puja Incident: ବାବାଙ୍କ ଉପରେ ଯୁବତୀଙ୍କ ସଙ୍ଗୀନ ଆରୋପ, ‘ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି’

ତଥାକଥିତ କଳକୀ ବାବାଙ୍କ ନାଁରେ ସାଘାଂତିକ ଅଭିଯୋଗ। ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି। ଆଜି ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମକୁ ଆସି କିଛି ଏଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଜଣେ ଯୁବତୀ । ସେ ଅଭିଯୋଗ କରିଛନ୍ତି ତାଙ୍କ ପାରିବାରିକ ସମସ୍ୟାକୁ ନେଇ ସେ ବାବାଙ୍କ ପାଖକୁ ଆସିଥିଲେ। ହେଲେ ବାବାଙ୍କୁ ସେ ପୂର୍ବରୁ ଅନେକ କାଫେରେ ଦେଖିଛନ୍ତି ଯେଉଁଠି ସେ ପୁଳା ପୁଳା ଟଙ୍କା ଉଡ଼ାଇଛନ୍ତି ।

ଏକାଧିକ ଯୁବତୀଙ୍କ ସହ ଥିଲେ। ଏପରିକି ଆଶ୍ରମ ଭିତରେ ପଶିବା ପରେ ବାବାଙ୍କ ଦେହରେ ତୁଳସୀ ଲାଗିଥିବା ଦେଖିବାକୁ ମିଳିଛି । ବାବାଙ୍କ ଗୋଡ଼ରେ ,ମୁଣ୍ଡରେ ତୁଳସୀ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଆଶ୍ରମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ଆଉ ଏହାରି ଭିତରେ ଆଶ୍ରମରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ସଂଗଠନ । ଗେଟରେ ଲେଖାଯାଇଥିବା ‘ଶ୍ରୀ’ ଲେଖା ଉପରେ କାଦୁଅ ଲିପି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅଧିକ ପଢ଼ନ୍ତୁ:ଅନ୍ୟ ଜାତିରେ ପୁଅ ବାହା ହେଲା ବୋଲି .. ପ୍ରଫେସରଙ୍କୁ ଜାତିରୁ ବାସନ୍ଦ ଦଣ୍ତ !

ସେପଟେ ନାବାଳକଙ୍କୁ ବାବା ସଜେଇବା ଘଟଣାରେ ଆଗକୁ ବଢିଲା ତଦନ୍ତ ପ୍ରକ୍ରିୟା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୋରଦାର ହେଲା ଖୋଳତାଡ଼ । ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଛି ସାଧାରଣ ପ୍ରଶାସନର ଟିମ୍ । ସାଧାରଣ ପ୍ରଶାସନ ସହ BDAର ୮ ଜଣିଆ ଟିମ ଖୋଳତାଡ଼ କରିଛନ୍ତି । ବୈକୁଣ୍ଠଧାମ ଆଶ୍ରମର ଜାଗାକୁ ନେଇ ମାପଚୁପ୍ କରାଯାଇଛି । ଏ ନେଇ GA ଡିପାର୍ଟମେଣ୍ଟ ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି ବର୍ତ୍ତମାନ GA, BDA ଏବଂ ତହସିଲ ତରଫରୁ ସରଜମିନ ତଦନ୍ତ ହୋଇଛି ।

ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ ଜମି ସେ ନେଇ ତଦାରଖ କରିଛୁ । ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ ସେ ଜମି ସରକାରୀ ଜମି ଆସିପାରେ । ମାପଚୁପ ଶେଷ ହୋଇଛି । ଏହା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ଯଦି ସରକାରୀ ଜମିରେ ଆଶ୍ରମ ହୋଇଥିବ ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତଦନ୍ତ କରାଯାଇଛି । ଆଶ୍ରମରେ ତହସିଲ୍, ବିଡିଏ ଓ BMCର ମିଳିତ ୮ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ସେପଟେ ବୈକୁଣ୍ଠ ଆଶ୍ରମ ନିକଟରେ ଆଉ ଏକ ତିନି ମହଲା ଘର ବି ଠାବ ହୋଇଛି । କୁହାଯାଉଛି ଏହି ଘରେ ବାହାରୁ ଆସୁଥିବା ଭକ୍ତ ଓ ଅନୁଗାମୀଙ୍କୁ ରଖାଯାଉଥିଲା । ବିଶେଷ ଭାବେ ବିଦେଶୀ ଭକ୍ତ ଏଠି ରହୁଥିଲେ ।

ଅଧିକ ପଢ଼ନ୍ତୁ:ବାଲି ଯାତ୍ରାରେ ମିଳୁଛନ୍ତି ସ୍ୱାମୀ-ସ୍ତ୍ରୀ !! ଦର ୪୦ ହଜାର ..