ଫେରାର ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟ, ଡକାୟତି ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ତଥା ଏସ୍ଆଇ ଜୟନାଥ ପ୍ରଧାନ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଚିକିଟି ବ୍ଲକ ବୀରମେଖପୁର ଗ୍ରାମର ସଦାନନ୍ଦ ପ୍ରଧାନ ଏବଂ କାହ୍ନା ମହାରଣା। ଏନେଇ ଥାନାରେ ମାମଲା (ନଂ.୪୩୬/୨୩ ଏବଂ ୪୩୭/୨୩) ରୁଗଜୁ ହୋଇଛି। ଜାମିନ […] The post ଫେରାର ଅଭିଯୁକ୍ତ ଜେଲ ଗଲେ appeared first on Dharitri Odia News.
ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟ, ଡକାୟତି ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ତଥା ଏସ୍ଆଇ ଜୟନାଥ ପ୍ରଧାନ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଚିକିଟି ବ୍ଲକ ବୀରମେଖପୁର ଗ୍ରାମର ସଦାନନ୍ଦ ପ୍ରଧାନ ଏବଂ କାହ୍ନା ମହାରଣା। ଏନେଇ ଥାନାରେ ମାମଲା (ନଂ.୪୩୬/୨୩ ଏବଂ ୪୩୭/୨୩) ରୁଗଜୁ ହୋଇଛି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି।
୨୦୨୩ ଅକ୍ଟୋବର ୨୪ ତାରିଖରେ ଚାନ୍ଦପୁର ଏବଂ ତେଣ୍ଟୁଆପଡ଼ା ଗ୍ରାମରେ ଘଟିଥିବା ଲୁଟ ଘଟଣାରେ ଅଭିଯୁକ୍ତ ଦ୍ବୟ ସମ୍ପୃକ୍ତ ଥିଲେ। ଏନେଇ ଏତଲା ହେବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତମାନଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଗିରଫ ଭୟରେ ଦୁଇ ଅଭିଯୁକ୍ତ ଫେରାର ଥିଲେ। ଉଭୟେ ଗାଁକୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ସଦଳ ବଳେ ଚଢାଉ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୬ଜଣ ଫେରାର ଥିବା ଜଣାପଡିଛି।
The post ଫେରାର ଅଭିଯୁକ୍ତ ଜେଲ ଗଲେ appeared first on Dharitri Odia News.