ଋଣ ଆଣି କରିଥିଲେ ଚାଷ: ଜଳିଗଲା ଫସଲ

ଚାନ୍ଦବାଲି,୨ା୧(କିଷାନ ପାତ୍ର): ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାଲିଦାଣ୍ଡି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ଟି ଧାନଗଦା ଜଳିଯାଇଛି। ଗ୍ରାମର ଦେବେନ୍ଦ୍ର ନାୟକ ୫ ଏକର ଜମିର ଦୁଇଟି ଧାନ ଗଦା ବିଲରେ ରଖିଥିବା ବେଳେ ନିଆଁ ଲାଗି ଯାଇଥିଲା। ଦମକଳ ଗାଡ଼ି ପହଞ୍ଚତ୍ବା ବେଳକୁ ଧାନଗଦା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦେବେନ୍ଦ୍ର ଧାର କରଜ କରିବା ସହ ସେବା ସମବାୟ ସମିତିରୁ ଋଣ ଆଣି ଚାଷ କରିଥିଲେ। ଧାନଗଦା ଜଳିଯିବା ଫଳରେ ଋଣ ଶୁଝିବା ତାଙ୍କ ପାଇଁ […] The post ଋଣ ଆଣି କରିଥିଲେ ଚାଷ: ଜଳିଗଲା ଫସଲ appeared first on Dharitri Odia News.

ଋଣ ଆଣି କରିଥିଲେ ଚାଷ: ଜଳିଗଲା ଫସଲ

ଚାନ୍ଦବାଲି,୨ା୧(କିଷାନ ପାତ୍ର): ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାଲିଦାଣ୍ଡି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ଟି ଧାନଗଦା ଜଳିଯାଇଛି। ଗ୍ରାମର ଦେବେନ୍ଦ୍ର ନାୟକ ୫ ଏକର ଜମିର ଦୁଇଟି ଧାନ ଗଦା ବିଲରେ ରଖିଥିବା ବେଳେ ନିଆଁ ଲାଗି ଯାଇଥିଲା। ଦମକଳ ଗାଡ଼ି ପହଞ୍ଚତ୍ବା ବେଳକୁ ଧାନଗଦା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦେବେନ୍ଦ୍ର ଧାର କରଜ କରିବା ସହ ସେବା ସମବାୟ ସମିତିରୁ ଋଣ ଆଣି ଚାଷ କରିଥିଲେ। ଧାନଗଦା ଜଳିଯିବା ଫଳରେ ଋଣ ଶୁଝିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଦେବେନ୍ଦ୍ର ସନ୍ଦେହ କରୁଥିବା କହିଛନ୍ତି।

The post ଋଣ ଆଣି କରିଥିଲେ ଚାଷ: ଜଳିଗଲା ଫସଲ appeared first on Dharitri Odia News.