ରାଶିଫଳ: ସୋମବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ହେତୁ ଦୂରଯାତ୍ରା କିମ୍ବା ବିବାଦରେ ପଶିବା ଠିକ୍‍ ହେବନାହିଁ। ପରିବାରକୁ ସୁଧାରିବା ସକାଶେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହେବ। ଦ୍ୱିଜା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ବୃଷ ଆଜି କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ସାମାଜିକ ସ୍ତରରେ କଳା, କ୍ରୀଡା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। ମୃଗଶିରା ନକ୍ଷତ୍ର ବନ୍ଧୁ […] The post ରାଶିଫଳ: ସୋମବାର, ମାର୍ଚ୍ଚ ୩୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ମାର୍ଚ୍ଚ ୩୧ ତାରିଖ – Daily Horoscope
ମେଷ
ଆଜି ଶ୍ରୀଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ହେତୁ ଦୂରଯାତ୍ରା କିମ୍ବା ବିବାଦରେ ପଶିବା ଠିକ୍‍ ହେବନାହିଁ। ପରିବାରକୁ ସୁଧାରିବା ସକାଶେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହେବ। ଦ୍ୱିଜା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ
ବୃଷ
ଆଜି କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ସାମାଜିକ ସ୍ତରରେ କଳା, କ୍ରୀଡା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। ମୃଗଶିରା ନକ୍ଷତ୍ର ବନ୍ଧୁ ପରିଜନକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ। ନିର୍ମାଣ, ବାଣିଜ୍ୟ, ପରିବହନ, ସାହିତ୍ୟ, ସାମ୍ବାଦିକତା, ଏଜେନଶିପ୍‍ ସାଙ୍ଗକୁ ମାଲିମକଦ୍ଦମା ପ୍ରଭୃତିରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ଉପରିସ୍ଥଙ୍କ ଆଦେଶାନୁସାରେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଆର୍ଦ୍ରା ନକ୍ଷତ୍ର ନିଜ ପରିସରରେ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିବେ। ବାଣିଜ୍ୟ, ପରିବହନ, ଜମିଜମା, କଳ, କାରଖାନା ଓ ଧାତୁ ଅଳଙ୍କାର କାମରୁ ଲାଭବାନ ହେବେ।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅନୁକମ୍ପାରୁ କାର୍ଯ୍ୟ ହାସଲ କରିବେ। ସମସ୍ୟା ସମାଧାନରେ ଅତିପ୍ରିୟ ବନ୍ଧୁଙ୍କ ପରାମର୍ଶରୁ ମାନସିକ ସାନ୍ତ୍ବନା ମିଳିବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତିରେ ବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଫଳପ୍ରଦ ହୋଇ ନ ପାରେ।
ସି˚ହ
ସି˚ହ
ଉତ୍ତରା ଫାଲଗୁନୀ ନକ୍ଷତ୍ର ସହକର୍ମୀମାନଙ୍କ ପିଠି ଥାପୁଡ଼େଇ କାମ ହାସଲ କରିବେ। ମାତ୍ର ପୁରାତନ ରୋଗର ପୀଡା ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଆଖିରେ ନ ଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ପ୍ରତିବନ୍ଧକ କାରଣରୁ ସଫଳତା ହାସଲ କରିପାରିବେ ନାହିଁ।
କନ୍ୟା
ଆନୁଷଙ୍ଗିକ ସମସ୍ତ ସୁବିଧା ଥିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି । ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ଯୋଗୁ ପ୍ରତ୍ୟେକ କଥାରେ ବିରକ୍ତିବୋଧ ଅନୁଭବ କରିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ତରତର ହେଲେ କାମ ବିଗିଡ଼ିଯାଇପାରେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବିଶାଖା ନକ୍ଷତ୍ର ଭିନ୍ନ କ୍ଷେତ୍ରରୁ ନିଜ ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିପାରେ। ମନେ ମନେ ଭାବୁଥିବା ବିଷୟଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ବିଛା
ବିଛା
ପ୍ରତ୍ୟେକ ପରିସ୍ଥିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବେ। ଅନୁରାଧା ନକ୍ଷତ୍ର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିବ। ବହୁତ ଦିନରୁ ଆଶା କରିଥିବା ସରକାରୀ ସ୍ତରରୁ ପ୍ରତିକ୍ଷିତ ଖବର ପାଇ ଖୁସି ହେବେ। କେତେକ କ୍ଷେତ୍ରରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ଧନୁ
ଧନୁ
ଆଜିର ପ୍ରତ୍ୟାବର୍ତ୍ତନ ସମୟରେ ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। କଠିନ ଶ୍ରମ ଓ ଅନିଦ୍ରାଜନିତ ଅସୁସ୍ଥି ଅନୁଭବ କରିବାର ସୂଚନା ରହିଛି। ବନ୍ଧୁଙ୍କ ପାରିବାରିକ ସମସ୍ୟା ସମ୍ପର୍କରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ମୂଳା ନକ୍ଷତ୍ର ବହୁତ ଦିନରୁ ଅଟକି ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ଆଜି ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି। ଅର୍ଥ ସଙ୍କଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରେସ୍‍, ପବ୍ଲିକେଶନରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ସ୍ବାର୍ଥ ହାସଲ ନ କରିପାରିବାରୁ ନିଜ ଲୋକଟି ଶତ୍ରୁତା କରିବାକୁ ପଛାଇବ ନାହିଁ। ପ୍ରାପ୍ୟଧନରେ ବାଧା ସୃଷ୍ଟି କାରଣରୁ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ଶତଭିଷା ନକ୍ଷତ୍ର ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନମୀନ

ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସଫଳ ହେବେ। ପ୍ରତିଯୋଗିତା, କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ, ମାଲିମକଦ୍ଦମାରେ ମଧ୍ୟ ସଫଳତା ହାସଲ କରିବେ। ପରିବାରର କୈାଣସି ବ୍ୟତିକ୍ରମକୁ ସୁଧାରିବାର ଉପକ୍ରମ କରିପାରନ୍ତି। ରେବତୀ ନକ୍ଷତ୍ରର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ।

The post ରାଶିଫଳ: ସୋମବାର, ମାର୍ଚ୍ଚ ୩୧ ତାରିଖ – Daily Horoscope appeared first on Dharitri Odia News.