‘ପାଣିରେ ବିଷ’ ବୟାନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ କଲେ ନିର୍ବାଚନ କମିଶନ, ମାଗିଲେ ପ୍ରମାଣ
ନୂଆଦିଲ୍ଲୀ, ୨୮।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ସରଗରମ ହେଉଥିଲା ବେଳେ ସମସ୍ତ ପକ୍ଷ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଯମୁନା ନଦୀର ପାଣିରେ ହରିୟାଣା ବିଷ ମିଶୁଥିବା ବୟାନ ଉପରେ ପ୍ରମାଣ ମାଗିଛନ୍ତି। ବୁଧବାର ସନ୍ଧ୍ୟା ୮ ଟା ସୁଦ୍ଧା ଏହି ପ୍ରମାଣ ରଖିବାକୁ ସମୟ ଦେଇଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିଶନ ହରିୟାଣା ସରକାରଙ୍କୁ ଏହି ଅଭିଯୋଗ […] The post ‘ପାଣିରେ ବିଷ’ ବୟାନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ କଲେ ନିର୍ବାଚନ କମିଶନ, ମାଗିଲେ ପ୍ରମାଣ appeared first on Dharitri Odia News.
ନୂଆଦିଲ୍ଲୀ, ୨୮।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ସରଗରମ ହେଉଥିଲା ବେଳେ ସମସ୍ତ ପକ୍ଷ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଯମୁନା ନଦୀର ପାଣିରେ ହରିୟାଣା ବିଷ ମିଶୁଥିବା ବୟାନ ଉପରେ ପ୍ରମାଣ ମାଗିଛନ୍ତି। ବୁଧବାର ସନ୍ଧ୍ୟା ୮ ଟା ସୁଦ୍ଧା ଏହି ପ୍ରମାଣ ରଖିବାକୁ ସମୟ ଦେଇଛନ୍ତି।
ଏହା ପୂର୍ବରୁ ନିର୍ବାଚନ କମିଶନ ହରିୟାଣା ସରକାରଙ୍କୁ ଏହି ଅଭିଯୋଗ ଉପରେ ଜାନୁଆରୀ ୨୮ ସୁଦ୍ଧା ତଥ୍ୟ ରଖିବାକୁ ନିର୍ଦ୍ଦେଶଦେଇଥିଲେ। କେଜ୍ରିୱାଲ ଏକ ନିର୍ବାଚନୀ ରାଲିରେ ଅଭିଯୋଗ ଲଗାଇଥିଲେ ଯେ, ହରିୟାଣାରୁ ଆସୁଥିବା କାରଖାନାର ପାଣି ଯମୁନା ନଦୀରେ ମିଶିବା କାରଣରୁ ଆମୋନିଆ ମାତ୍ରା ବୃଦ୍ଧି ପାଇଛି।
କେଜରିୱାଲ ଜାନୁଆରୀ ୨୭ ତାରିଖରେ ଅଭିଯୋଗ କରିଥିଲେ, “ଲୋକମାନଙ୍କୁ ପାଣିରୁ ବଞ୍ଚିତ କରିବା ଠାରୁ ବଡ଼ ପାପ ଆଉ କିଛି ନୁହେଁ। ଭାଜପା ଏହାର ମଇଳା ରାଜନୀତି ପାଇଁ ଦିଲ୍ଲୀର ଲୋକମାନଙ୍କୁ ଶୋଷିଲା ରଖିବାକୁ ଚେଷ୍ଟା କରୁଛି। ସେମାନେ ହରିୟାଣାରୁ ପଠାଯାଉଥିବା ପାଣିରେ ବିଷ ମିଶ୍ରଣ କରୁଛନ୍ତି। ଏହି ଦୂଷିତ ପାଣି ଏତେ ବିଷାକ୍ତ ଯେ ଏହାକୁ ଦିଲ୍ଲୀରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ବିଶୋଧନ କରାଯାଇପାରିବ ନାହିଁ। ଭାଜପା ଦିଲ୍ଲୀବାସୀଙ୍କ ଗଣହତ୍ୟା କରିବାକୁ ଚାହୁଁଛି। ଆମେ ଏହା ହେବାକୁ ଦେବୁ ନାହିଁ।”
The post ‘ପାଣିରେ ବିଷ’ ବୟାନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ କଲେ ନିର୍ବାଚନ କମିଶନ, ମାଗିଲେ ପ୍ରମାଣ appeared first on Dharitri Odia News.