୨୫ ବର୍ଷ ପରେ ଖୋଲିଲା ପାଠାଗାର
ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ୧୯୪୬ରେ ସ୍ଥାପିତ ରାଧାନାଥ ପାଠାଗାର ପରିଚାଳନାଗତ ଅବ୍ୟବସ୍ଥାରୁ ବହୁବର୍ଷ ଧରି ବନ୍ଦ ରହିଥିଲା। ଏପରିକି ପାଠାଗାର କୋଠା ମଧ୍ୟ ଭାଙ୍ଗି ଯାଇଥିଲା। ପାଠାଗାର ବନ୍ଦ ହେବାର ପ୍ରାୟ ୨୫ ବର୍ଷ ପରେ ଗ୍ରାମର ଯୁବକ ସଂଘର ଉଦ୍ୟମକ୍ରମେ ଶନିବାର ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି। ମରାମତି ହୋଇଥିବା କୋଠାକୁ ଉଦ୍ଘାଟନ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମର ସାମାଜିକ କର୍ମୀ ଏମ.କେଶବ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ […] The post ୨୫ ବର୍ଷ ପରେ ଖୋଲିଲା ପାଠାଗାର appeared first on Dharitri Odia News.
ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ୧୯୪୬ରେ ସ୍ଥାପିତ ରାଧାନାଥ ପାଠାଗାର ପରିଚାଳନାଗତ ଅବ୍ୟବସ୍ଥାରୁ ବହୁବର୍ଷ ଧରି ବନ୍ଦ ରହିଥିଲା। ଏପରିକି ପାଠାଗାର କୋଠା ମଧ୍ୟ ଭାଙ୍ଗି ଯାଇଥିଲା। ପାଠାଗାର ବନ୍ଦ ହେବାର ପ୍ରାୟ ୨୫ ବର୍ଷ ପରେ ଗ୍ରାମର ଯୁବକ ସଂଘର ଉଦ୍ୟମକ୍ରମେ ଶନିବାର ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି। ମରାମତି ହୋଇଥିବା କୋଠାକୁ ଉଦ୍ଘାଟନ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମର ସାମାଜିକ କର୍ମୀ ଏମ.କେଶବ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଠାଗାର କୋଠାକୁ ଉଦ୍ଘାଟନ କରିଥିଲେ। ପଞ୍ଚାୟତ ସମିତି ସଭ୍ୟା ଏମ. ସୁନୀତା ରେଡ୍ଡୀ, ପ୍ରଧାନଶିକ୍ଷକ ଡ. ପ୍ରଦୀପ କୁମାର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଟି.ରାମାରାଓ,ସୁଶାନ୍ତ କୁମାର ସେଠୀ, ଅରୁଣ କୁମାର ପ୍ରଧାନ ଏବଂ ଏମ. ବୁଦ୍ଧ ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାମାଜିକ କର୍ମୀ ଅଭିମନ୍ୟୁ ଜାନି, ଶିବ ସାହୁ, ତ୍ରିପତି ପାତ୍ରଙ୍କ ସହ ଗ୍ରାମର ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ସରପଞ୍ଚ ସ୍ବର୍ଗତ ବି.କ୍ରିଷ୍ଣା ରାଓଙ୍କ ଉଦ୍ୟମରେ ୨୦୨୦ରେ ପାଠାଗାର କୋଠା ମରାମତି କରାଯାଇଥିଲା। ତାକୁ ଆଧୁନକୀକରଣ ଯିବା ସହ ସେଠାରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଡ଼.ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା।
The post ୨୫ ବର୍ଷ ପରେ ଖୋଲିଲା ପାଠାଗାର appeared first on Dharitri Odia News.