ପୁରୁଣା ସ୍କୁଟର ରାଜାଙ୍କୁ ଶୁଭ, ୪୦ ବର୍ଷର ସ୍କୁଟର ଚଢି ନାମାଙ୍କନ ଭରିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଆଠଗଡ୨୯/୪: ଆଠଗଡ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡିର ହେଭିୱେଟ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଶାଳ ରୋଡ ସୋ’ରେ ୪୦ ବର୍ଷ ତଳର ପୁରୁଣା ସ୍କୁଟର ଚଲାଇ ନାମାଙ୍କନ ଭରିବାକୁ ଯିବା ଦୃଶ୍ୟ ଥିଲା ନିଆରା । ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ବିଶାଳ ବାଇକ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବାହାରିଥିଲେ ରାଜା ସ୍ବାଇଁ ।ପ୍ରତି ନିର୍ବାଚନରେ ପୁରୁଣା ସ୍କୁଟରକୁ ସାଥୀ କରି ନାମାଙ୍କନ ଭରିବାକୁ ଯାଆନ୍ତି ସେ । ଏଥର ଅଷ୍ଟମ ଥର ପାଇଁ ପୁରୁଣା ସ୍କୁଟରକୁ ସଜାଡି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନୋମିନେସନ ଫାଇଲ କରିଛନ୍ତି ରାଜା ସ୍ବାଇଁ । ଏହି ପୁରୁଣା ସ୍କୁଟର ରାଜାଙ୍କ ପାଇଁ ସବୁବେଳେ ଶୁଭ ହୋଇଥାଏ । ସବୁଥର ପରି ଏଥର ବି ପୁଣି ଜିତିବା ଆଶାରେ ସ୍କୁଟରକୁ ନେଇଛନ୍ତି । ରାଜ୍ୟରେ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଟକ ଜିଲ୍ଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଆଠଗଡ୨୯/୪: ଆଠଗଡ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡିର ହେଭିୱେଟ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଶାଳ ରୋଡ ସୋ’ରେ ୪୦ ବର୍ଷ ତଳର ପୁରୁଣା ସ୍କୁଟର ଚଲାଇ ନାମାଙ୍କନ ଭରିବାକୁ ଯିବା ଦୃଶ୍ୟ ଥିଲା ନିଆରା । ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ବିଶାଳ ବାଇକ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବାହାରିଥିଲେ ରାଜା ସ୍ବାଇଁ ।
ପ୍ରତି ନିର୍ବାଚନରେ ପୁରୁଣା ସ୍କୁଟରକୁ ସାଥୀ କରି ନାମାଙ୍କନ ଭରିବାକୁ ଯାଆନ୍ତି ସେ । ଏଥର ଅଷ୍ଟମ ଥର ପାଇଁ ପୁରୁଣା ସ୍କୁଟରକୁ ସଜାଡି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନୋମିନେସନ ଫାଇଲ କରିଛନ୍ତି ରାଜା ସ୍ବାଇଁ । ଏହି ପୁରୁଣା ସ୍କୁଟର ରାଜାଙ୍କ ପାଇଁ ସବୁବେଳେ ଶୁଭ ହୋଇଥାଏ । ସବୁଥର ପରି ଏଥର ବି ପୁଣି ଜିତିବା ଆଶାରେ ସ୍କୁଟରକୁ ନେଇଛନ୍ତି । ରାଜ୍ୟରେ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଟକ ଜିଲ୍ଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।