୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ ମାଛକୁ ବିକ୍ରି ପାଇଁ ବୋଟ୍‌ ମାଲିକ ସନ୍ଧ୍ୟାରେ କଲିକତା ଦୀଘା ନେଇ ଯାଇଛନ୍ତି। ଏସବୁ ମାଛର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। କାରଣ ଉକ୍ତ ମାଛକୁ ପାରାଦୀପ ବଜାରରେ ବ୍ୟବସାୟୀମାନେ କେଜି ପିଛା ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। […] The post ୧୬ ମାଛର ଓଜନ ୨୧୫ କେଜି appeared first on Dharitri Odia News.

୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ ମାଛକୁ ବିକ୍ରି ପାଇଁ ବୋଟ୍‌ ମାଲିକ ସନ୍ଧ୍ୟାରେ କଲିକତା ଦୀଘା ନେଇ ଯାଇଛନ୍ତି। ଏସବୁ ମାଛର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। କାରଣ ଉକ୍ତ ମାଛକୁ ପାରାଦୀପ ବଜାରରେ ବ୍ୟବସାୟୀମାନେ କେଜି ପିଛା ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ବୋଟ୍‌ ମାଲିକ କେଜି ପିଛା ୧୨ ହଜାର ଟଙ୍କା ଡାକିଥିଲେ। ଏଥିରେ ଅସହମତ ହେବାରୁ ଦୀଘା ଯାଇଛି। ସୂଚନାଯୋଗ୍ୟ, ତେଲିଆ ବୋରେଇ ମାଛର ଚାହିଦା ଅନ୍ତର୍ଜାତୀୟ ବଜାରରେ ଅଧିକ। କାରଣ ସେହି ମାଛ ପୁଟିରୁ ଔଷଧ ତିଆରି ହୋଇଥାଏ। ଚଳିତ ବର୍ଷ ମାଛଧରା ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କାରଣ ଏପ୍ରିଲ ୧୫ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଦୁଇମାସ ସାମୁଦ୍ରିକ କଟକଣା ଜାରି ହେବ। ଏବେ ମାଛ ଉତ୍ପାଦନ ସ୍ବାଭାବିକ ଭାବେ କମିଯାଇଛି। ମାତ୍ର ୮୦ ରୁ ୧୦୦ ବୋଟ୍‌ ଏବେ ସମୁଦ୍ରରେ ମାଛ ଧରିବାକୁ ଯାଇଛନ୍ତି ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସମ୍ପାଦକ ଅରବିନ୍ଦ ସ୍ବାଇଁ କୁହନ୍ତି। ଏପରି ଅସମୟରେ ଏହି ତେଲିଆ ବୋରେଇ ମାଛ ମିଳିବା ଜଣେ ମାଲିକଙ୍କ ପାଇଁ ଖୁସି କଥା ବୋଲି ସେ କୁହନ୍ତି।

The post ୧୬ ମାଛର ଓଜନ ୨୧୫ କେଜି appeared first on Dharitri Odia News.