ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ

ଭୁବନେଶ୍ୱର,୫।୧ (ସୂର୍ଯ୍ୟକାନ୍ତ ବେହେରା) : ୨୦୨୩ରେ ରାଜ୍ୟରେ ବଡ଼ ବଡ଼ ଠକେଇ ହୋଇଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବହୁ ଘଟଣାର ପର୍ଦ୍ଦାଫାସ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍‌ଲାଇନ୍‌ ଚିଟ୍‌ଫଣ୍ଡ୍‌, କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ ଆଦି ସାଇବର ଠକେଇ, ବ୍ୟାଙ୍କ ଠକେଇ, ଚାକିରି ଠକେଇ, ଜମି ଠକେଇ ଭଳି ବିଭିନ୍ନ ଘଟଣାକୁ ନେଇ ୨୮ ମାମଲା ରୁଜୁ କରିଛି ଇଓଡବ୍ଲ୍ୟୁ। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ମୋଟ ୬୧ ଜଣଙ୍କୁ ଗିରଫ […] The post ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ appeared first on Dharitri Odia News.

ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ

ଭୁବନେଶ୍ୱର,୫।୧ (ସୂର୍ଯ୍ୟକାନ୍ତ ବେହେରା) : ୨୦୨୩ରେ ରାଜ୍ୟରେ ବଡ଼ ବଡ଼ ଠକେଇ ହୋଇଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବହୁ ଘଟଣାର ପର୍ଦ୍ଦାଫାସ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍‌ଲାଇନ୍‌ ଚିଟ୍‌ଫଣ୍ଡ୍‌, କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ ଆଦି ସାଇବର ଠକେଇ, ବ୍ୟାଙ୍କ ଠକେଇ, ଚାକିରି ଠକେଇ, ଜମି ଠକେଇ ଭଳି ବିଭିନ୍ନ ଘଟଣାକୁ ନେଇ ୨୮ ମାମଲା ରୁଜୁ କରିଛି ଇଓଡବ୍ଲ୍ୟୁ। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ମୋଟ ୬୧ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପ୍ରାୟ ୨୫୦୦ କୋଟି ଠକେଇ ମାମଲାରେ ସଂପୃକ୍ତ ଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଓଡିଶା, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ତାମିଲନାଡୁ, ତେଲଙ୍ଗାନ, ଦିଲ୍ଲୀ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର। ସେହିଭଳି ୯ଜଣଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୪ଜଣ ଚାଇନା ଓ ଜଣେ ହଙ୍ଗେରୀ ନାଗରିକ ରହିଛନ୍ତି। ଅପରପକ୍ଷେ ୪ଟି କେସରେ ଶୁଣାଣି ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ବର୍ଷକରେ ସର୍ବାଧିକ ବୋଲି ଇଓଡବ୍ଲ୍ୟୁ କହିଛି। ସେହିପରି ଠକେଇ ଟଙ୍କାର ମାତ୍ର ୧୫ କୋଟି ସିଜ୍‌ କରାଯାଇଛି। ୩ଟି କେସ୍‌ରେ ୧୨ କୋଟିର ସଂପତ୍ତି ଆଟାଚ କରିବାକୁ ଓପିଆଇଡି କୋର୍ଟ ଅନୁମୋଦନ ଦେଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି।

The post ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ appeared first on Dharitri Odia News.