ପ୍ୟାରିସ୍ ସେଣ୍ଟ ଜର୍ମେନଠୁ ବିଦାୟ ନେଲେ କିଲିଆନ୍ ଏମ୍‌ବାପେ

ପ୍ୟାରିସ୍: ଫ୍ରାନ୍ସର ଫରୱାର୍ଡ ଖେଳାଳି କିଲିଆନ୍ ଏମ୍‌ବାପେ ନିଜ କ୍ଲବ୍ ପ୍ୟାରିସ୍ ସେଣ୍ଟ ଜର୍ମେନ୍ (ପିଏସ୍‌ଜି)ଠୁ ବିଦାୟ ନେଇଛନ୍ତି। ଋତୁର ଅନ୍ତିମ ମ୍ୟାଚ୍ ପିଏସ୍‌ଜି ସହିତ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ମାସେ ତଳୁ ଏମ୍ବାପେ ଘୋଷଣା କରିଥିଲେ। ଫ୍ରେଞ୍ଚ୍ କପ୍ ଫାଇନାଲ୍ରେ ପିଏସ୍ଜି ୨-୧ରେ ଅଲିମ୍ପିକ୍ ଲିଓନାଇସ୍କୁ ହରାଇ ବିଜେତା ହୋଇଥିଲା। ଏହାଫଳରେ ଏମ୍ବାପେ ମୁଣ୍ଡ ଟେକି ଖୁସିର ସହ କ୍ଲବ୍ଠୁ ବିଦାୟ ନେଇଛନ୍ତି। ୭ବର୍ଷ ଧରି କ୍ଲବ୍ରୁ ସେ ଖେଳି ୨୫୬ ଗୋଲ୍ […]

ପ୍ୟାରିସ୍ ସେଣ୍ଟ ଜର୍ମେନଠୁ ବିଦାୟ ନେଲେ କିଲିଆନ୍ ଏମ୍‌ବାପେ

ପ୍ୟାରିସ୍: ଫ୍ରାନ୍ସର ଫରୱାର୍ଡ ଖେଳାଳି କିଲିଆନ୍ ଏମ୍‌ବାପେ ନିଜ କ୍ଲବ୍ ପ୍ୟାରିସ୍ ସେଣ୍ଟ ଜର୍ମେନ୍ (ପିଏସ୍‌ଜି)ଠୁ ବିଦାୟ ନେଇଛନ୍ତି। ଋତୁର ଅନ୍ତିମ ମ୍ୟାଚ୍ ପିଏସ୍‌ଜି ସହିତ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ମାସେ ତଳୁ ଏମ୍ବାପେ ଘୋଷଣା କରିଥିଲେ। ଫ୍ରେଞ୍ଚ୍ କପ୍ ଫାଇନାଲ୍ରେ ପିଏସ୍ଜି ୨-୧ରେ ଅଲିମ୍ପିକ୍ ଲିଓନାଇସ୍କୁ ହରାଇ ବିଜେତା ହୋଇଥିଲା। ଏହାଫଳରେ ଏମ୍ବାପେ ମୁଣ୍ଡ ଟେକି ଖୁସିର ସହ କ୍ଲବ୍ଠୁ ବିଦାୟ ନେଇଛନ୍ତି। ୭ବର୍ଷ ଧରି କ୍ଲବ୍ରୁ ସେ ଖେଳି ୨୫୬ ଗୋଲ୍ ଦେଇ ସର୍ବକାଳୀନ ସର୍ବାଧିକ ଗୋଲ୍ ସ୍କୋରର ହୋଇପାରିଛନ୍ତି। ଏମ୍ବାପେ ସ୍ପାନିସ୍ କ୍ଲବ୍ ରିଅଲ୍ ମାଡ୍ରିଡ୍କୁ ଯିବା ନେଇ ଅନୁମାନ କରାଯାଉଛି। କିନ୍ତୁ ସେ ଏପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ କରି ନାହାନ୍ତି। ଖୁବ୍ଶୀଘ୍ର ନୂଆ କ୍ଲବ୍ ବିଷୟରେ ଘୋଷଣା କରିବେ ବୋଲି ସେ କହିଛନ୍ତି।