ତାମିଲନାଡ଼ୁ ବିଏସ୍ପି ମୁଖ୍ୟ କେ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା କଲେ ୬ ଦୁର୍ବୃର୍ତ୍ତ
ଚେନ୍ନାଇ: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ତାମିଲନାଡ଼ୁ ମୁଖ୍ୟ କେ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ଚେନ୍ନାଇରେ ତାଙ୍କ ଘର ନିକଟରେ ୬ ଜଣ ଦୁର୍ବୃର୍ତ୍ତ ବାଇକ୍ରେ ଆସି ହତ୍ୟା କରିଛନ୍ତି। ରାଜ୍ୟ ବିଏସ୍ପି ମୁଖ୍ୟ ସହରର ସେମ୍ବିୟମ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଥିବା ବେଳେ ୬ ଜଣ ଦୁର୍ବୃର୍ତ୍ତ ତାଙ୍କୁ ଅଚାନକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, […]

ଚେନ୍ନାଇ: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ତାମିଲନାଡ଼ୁ ମୁଖ୍ୟ କେ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ଚେନ୍ନାଇରେ ତାଙ୍କ ଘର ନିକଟରେ ୬ ଜଣ ଦୁର୍ବୃର୍ତ୍ତ ବାଇକ୍ରେ ଆସି ହତ୍ୟା କରିଛନ୍ତି। ରାଜ୍ୟ ବିଏସ୍ପି ମୁଖ୍ୟ ସହରର ସେମ୍ବିୟମ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଥିବା ବେଳେ ୬ ଜଣ ଦୁର୍ବୃର୍ତ୍ତ ତାଙ୍କୁ ଅଚାନକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇପାରେ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ଗତବର୍ଷ ଚେନ୍ନାଇରେ ଜଣେ ଗ୍ୟାଙ୍ଗଷ୍ଟରକୁ ହତ୍ୟା କରାଯାଇଥିଲା ଏବଂ ଏହି ହତ୍ୟାକାଣ୍ଡ ସହ ତାହାର ସଂପର୍କ ରହିଛି ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି। ଆକ୍ରମଣକାରୀମାନେ ନିଜକୁ ଫୁଡ୍ ଡେଲିଭରି ଏଜେଣ୍ଟ ବୋଲି ପରିଚୟ ଦେଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ୪୭ ବର୍ଷୀୟ ଆଇନଜୀବୀ ଆର୍ମଷ୍ଟ୍ରଙ୍ଗ ୨୦୦୬ରେ ଚେନ୍ନାଇ କର୍ପୋରେସନ ପରିଷଦକୁ ନିର୍ବାଚିତ ହୋଇଥିଲେ।