Ola ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁବର୍ଣ୍ଣ ସୁଯୋଗ, ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଲା ଦାମ
ଯଦି ଆପଣ ଓଲାର ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ଏବେ ଓଲା ଏହାର ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ହ୍ରାସ କରିଛି । ଓଲା S1X ର ସମସ୍ତ ଭାରିଆଣ୍ଟର ମୂଲ୍ୟ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ସୋମବାର ଅର୍ଥାତ ଏପ୍ରିଲ ୧୫ ରେ, ଓଲା ସିଇଓ ଭବିଷ ଅଗ୍ରୱାଲ ପୂର୍ବତନ ଟ୍ୱିଟର ତଥା X ରେ ଏକ ପୋଷ୍ଟ ସେୟାର କରିଥିଲେ ଏବଂ Ola […] The post Ola ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁବର୍ଣ୍ଣ ସୁଯୋଗ, ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଲା ଦାମ appeared first on KNews Odisha.

ଯଦି ଆପଣ ଓଲାର ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ଏବେ ଓଲା ଏହାର ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ହ୍ରାସ କରିଛି । ଓଲା S1X ର ସମସ୍ତ ଭାରିଆଣ୍ଟର ମୂଲ୍ୟ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ସୋମବାର ଅର୍ଥାତ ଏପ୍ରିଲ ୧୫ ରେ, ଓଲା ସିଇଓ ଭବିଷ ଅଗ୍ରୱାଲ ପୂର୍ବତନ ଟ୍ୱିଟର ତଥା X ରେ ଏକ ପୋଷ୍ଟ ସେୟାର କରିଥିଲେ ଏବଂ Ola S1X ର ନୂଆ ଦାମ ବିଷୟରେ ସୂଚନା ଦେଇଥିଲେ ।
ଏହି ଇଲେକ୍ଟ୍ରିକ୍ ସ୍କୁଟରର ତିନୋଟି ଭାରିଆଣ୍ଟ ବଜାରରେ ଉପଲବ୍ଧ । ସମସ୍ତ ତିନୋଟି ଭାରିଆଣ୍ଟରେ ଓଲା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ବଜାରରେ Ola S1X ର ତିନୋଟି ବ୍ୟାଟେରୀ ଭରିଆଣ୍ଟ ମଧ୍ୟ ଉପଲବ୍ଧ । ଏହି ସ୍କୁଟରର ଏକ୍ସ ଶୋ’ରୁମ୍ ଦାମ ବର୍ତ୍ତମାନ ୬୯,୯୯୯ ରୁ ଆରମ୍ଭ ହୋଇଛି । Ola S1X ର 2kWh ଏବଂ 3kWh ଭରିଆଣ୍ଟର ଦାମ ୭୯,୯୯୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୬୯,୯୯୯ ଟଙ୍କାକୁ ହ୍ରାସ ପାଇଛି ।
ଯେତେବେଳେ କି ଏହାର ଟପ୍-ଏଣ୍ଡ ଭାରିଆଣ୍ଟ 4kWh ର ଦାମ ୧,୦୯,୯୯୯ ଟଙ୍କା ଥିଲା, ଯାହା ୯୯,୯୯୯ ଟଙ୍କାକୁ ହ୍ରାସ କରାଯାଇଛି । Ola S1X+ର 3kWh ଭାରିଆଣ୍ଟର ଦାମ ୫ ହଜାର ଟଙ୍କାକୁ ହ୍ରାସ ପାଇଛି । ପୂର୍ବରୁ ଏହି ଭରିଆଣ୍ଟର ଦାମ ୮୯,୯୯୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୮୪,୯୯୯ ଟଙ୍କା ହୋଇଛି ।
ଓଲା S1X ର ଟପ୍-ଏଣ୍ଡ୍ ଭାରିଆଣ୍ଟ ସିଙ୍ଗଲ୍ ଚାର୍ଜିଂରେ ୧୯୦ କିଲୋମିଟର ରେଞ୍ଜ ଦେଇଥାଏ । ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ଫିଜିକାଲ କି’ ଅନଲକ୍ ସିଷ୍ଟମ୍ ମଧ୍ୟ ରହିଛି । ଓଲାର ଏହି ସ୍କୁଟରରେ ୧୦.୯ ସେଣ୍ଟିମିଟର ସେଗମେଣ୍ଟ ଡିସପ୍ଲେ ମଧ୍ୟ ଅଛି । ଏହାର 2kWh ଭାରିଆଣ୍ଟର ରେଞ୍ଜ ୯୫ କିଲୋମିଟର ଥିବାବେଳେ 3kWh ବ୍ୟାଟେରୀ ରେଞ୍ଜ ଥିବା ସ୍କୁଟର ୧୪୩ କିଲୋମିଟରର ରେଞ୍ଜ ଦେଇଥାଏ ।
The post Ola ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁବର୍ଣ୍ଣ ସୁଯୋଗ, ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଲା ଦାମ appeared first on KNews Odisha.