Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍‌ରିଡ୍‌ଲେ ଅଣ୍ଡାଦେଲେ

ବ୍ରହ୍ମପୁର,୨୪ା୨(ଅଶୋକ କୁମାର ସାହୁ): ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିକୁ ବିରଳ ଅଲିଭରିଡ୍‌ଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି। ଗତବର୍ଷ ଅସନ୍ତୁଳିତ ଜଳବାୟୁ ଯୋଗୁ ଗଣଅଣ୍ଡାଦାନ ସେଭଳି ହୋଇ ନ ଥିଲା। ଚଳିତବର୍ଷ ଜଳବାୟୁ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡା ଦେଇଛନ୍ତି। ଶୁକ୍ରବାର ରାତି ସୁଦ୍ଧା ୬.୮୨ ଲକ୍ଷ ୪୧୨ କଇଁଛ ଅଣ୍ଡା ଦେଇଥିଲେ। ଶନିବାର ରାତିରେ ଆଉ ପ୍ରାୟ ୧୬,୩୦୬ କଇଁଛ ଅଣ୍ଡା ଦେଇଛନ୍ତି। ଏହାକୁ ମିଶାଇ ଗତ ୮ଦିନରେ ଅର୍ଥାତ୍‌ ରବିବାର […] The post Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍‌ରିଡ୍‌ଲେ ଅଣ୍ଡାଦେଲେ appeared first on Dharitri Odia News.

Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍‌ରିଡ୍‌ଲେ ଅଣ୍ଡାଦେଲେ

ବ୍ରହ୍ମପୁର,୨୪ା୨(ଅଶୋକ କୁମାର ସାହୁ): ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିକୁ ବିରଳ ଅଲିଭରିଡ୍‌ଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି। ଗତବର୍ଷ ଅସନ୍ତୁଳିତ ଜଳବାୟୁ ଯୋଗୁ ଗଣଅଣ୍ଡାଦାନ ସେଭଳି ହୋଇ ନ ଥିଲା। ଚଳିତବର୍ଷ ଜଳବାୟୁ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡା ଦେଇଛନ୍ତି। ଶୁକ୍ରବାର ରାତି ସୁଦ୍ଧା ୬.୮୨ ଲକ୍ଷ ୪୧୨ କଇଁଛ ଅଣ୍ଡା ଦେଇଥିଲେ। ଶନିବାର ରାତିରେ ଆଉ ପ୍ରାୟ ୧୬,୩୦୬ କଇଁଛ ଅଣ୍ଡା ଦେଇଛନ୍ତି। ଏହାକୁ ମିଶାଇ ଗତ ୮ଦିନରେ ଅର୍ଥାତ୍‌ ରବିବାର ସୁଦ୍ଧା ଅଣ୍ଡାଦେବା କଇଁଛଙ୍କ ସଂଖ୍ୟା ୬ ଲକ୍ଷ ୯୮ ହଜାର ୭୧୮ରେ ପହଞ୍ଚତ୍ଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। ୨୦୨୨-୨୩ରେ ୬.୩୭ ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ।
ବିଶେଷକରି ଡିସେମ୍ବରରେ ଅଲିଭ ରିଡ୍‌ଲେଙ୍କ ମିଳନ ସରିବା ପରେ ସେମାନେ ପ୍ରାୟ ମାସେ ପର୍ଯ୍ୟନ୍ତ ସମୁଦ୍ରରେ ଉତ୍ତାପ ଗ୍ରହଣ କରିବାକୁ ଭାସମାନ ଅବସ୍ଥାରେ ଥିଲେ। ଅଣ୍ଡା ଦେବା ସମୟ ହେବାରୁ ବେଳାଭୂମିକୁ ଆସିଥିଲେ। ପ୍ରଥମ ଦିନ ୧୧ ହଜାର କଇଁଛ ଅଣ୍ଡା ଦେଇଥିବାବେଳେ ଚତୁର୍ଥ ଦିନ ରେକର୍ଡ ସଂଖ୍ୟକ ୧ ଲକ୍ଷ ୮୭ ହଜାର କଇଁଛ ଅଣ୍ଡା ଦେଇଥିଲେ। ଗୋଖରକୁଦାରୁ ବଟେଶ୍ୱର ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡାଦେବାର ପ୍ରକୃତ ସ୍ଥଳ। ତେବେ ପୋଡମପେଟାରେ ପ୍ରକୃତିରୁ ସୃଷ୍ଟି ଡାଇନାମିକ ବିଚ୍‌ରେ ସେମାନେ ପ୍ରଥମ ଅଣ୍ଡା ଦାନ କରି ଚାରିଆଡ଼େ ବିକ୍ଷିପ୍ତ ହୋଇଯାଇଥିଲେ। କଇଁଛମାନେ ଅଣ୍ଡାଦେବେ ବୋଲି ବନ ବିଭାଗ ଓ ବିଭିନ୍ନ ଅଞ୍ଚଳର ସ୍ବେଚ୍ଛାସେବୀମାନେ ସଜାଗ ଥିଲେ। ସେମାନଙ୍କ ସୁରକ୍ଷା ପାଇଁ ଗୋଖରକୁଦାରୁ ବଟେଶ୍ୱର ପର୍ଯ୍ୟନ୍ତ ତାରବାଡ ଲଗାଯାଇଛି। ବନ ବିଭାଗ କର୍ମଚାରୀମାନେ କଇଁଛଙ୍କ ଅଣ୍ଡାଦେବା ସ୍ଥାନକୁ ଲୋକଙ୍କୁ ଛାଡୁନାହାନ୍ତି। ଜୀବଜନ୍ତୁଙ୍କ ଦାଉରୁ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତେ ଦିନରାତି ପଇଁତରା ମାରୁଛନ୍ତି। ଅଣ୍ଡାଦେବା ସ୍ଥଳକୁ ବନ ବିଭାଗ ପକ୍ଷରୁ ବ୍ୟାରିକେଡ କରାଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର କହିଛନ୍ତି ଯେ, ଅଲିଭ୍‌ରିଡ୍‌ଲେ କଇଁଛ ଏଠାକୁ ଅଣ୍ଡାଦେବାକୁ ଆସିବା ଗୌରବର ବିଷୟ। ସେମାନଙ୍କ ସୁରକ୍ଷା ଓ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ଯେଉଁ ୫୦ ଦିନ ଲାଗିବ, ସେହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କଇଁଛ ଯେତେଦିନ ପର୍ଯ୍ୟନ୍ତ ଅଣ୍ଡା ଦେବେ, ସେତିକି ଦିନ ପର୍ଯ୍ୟନ୍ତ ଆମେ ପ୍ରସ୍ତୁତ ଅଛୁ। ପ୍ରତି ୫୦ ମିଟରରେ ଗୋଟିଏ ଲେଖାଏ ସେଗମେଣ୍ଟ କରାଯାଇ କଇଁଛ ଗଣତି କରାଯାଉଛି। ସ୍ବେଚ୍ଛାସେବୀମାନେ ମଧ୍ୟ ବହୁ ସହଯୋଗ କରୁଛନ୍ତି ବୋଲି ବନଖଣ୍ଡ ଅଧିକାରୀ ଖୋଖର କହିଛନ୍ତି।

The post Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍‌ରିଡ୍‌ଲେ ଅଣ୍ଡାଦେଲେ appeared first on Dharitri Odia News.