ପୁଣି ବର୍ଷା ସମ୍ଭାବନା: ୩ଦିନରେ ୪ଡିଗ୍ରୀ କମିବ ତାପମାତ୍ରା
ଭୁବନେଶ୍ୱର,୧୧ା୧୨(ଅନୁରାଧା ମହାରଣା):ରାଜ୍ୟରେ କିଛି ଜିଲାରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ବୁଧବାର ମଧ୍ୟ କେତେକ ଜିଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ସୁନ୍ଦରରଗଡ଼, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା,କଟକ, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ତେବେ ମଙ୍ଗଳବାର ସର୍ବାଧିକ ତାପମାତ୍ରା […] The post ପୁଣି ବର୍ଷା ସମ୍ଭାବନା: ୩ଦିନରେ ୪ଡିଗ୍ରୀ କମିବ ତାପମାତ୍ରା appeared first on Dharitri Odia News.
ଭୁବନେଶ୍ୱର,୧୧ା୧୨(ଅନୁରାଧା ମହାରଣା):ରାଜ୍ୟରେ କିଛି ଜିଲାରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ବୁଧବାର ମଧ୍ୟ କେତେକ ଜିଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ସୁନ୍ଦରରଗଡ଼, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା,କଟକ, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ତେବେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଗଡ଼ରେ ୧୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
The post ପୁଣି ବର୍ଷା ସମ୍ଭାବନା: ୩ଦିନରେ ୪ଡିଗ୍ରୀ କମିବ ତାପମାତ୍ରା appeared first on Dharitri Odia News.