ଜବରଦସ୍ତ ଅଫର୍: ଯେକୌଣସି ଫିଲ୍ମ ହଲ୍ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ
ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ, ମାତ୍ର ୯୯ଟଙ୍କାରେ ଟିକେଟ୍ ମିଳିବ। ଜାତୀୟ ସିନେମା ଦିବସ ଥିବାରୁ ସିନେପ୍ରେମୀଙ୍କୁ ଏଭଳି ଏକ ନିଆରା ଅନୁଭୂତି ମିଳିଛି। ମଲ୍ଟିପ୍ଲେକ୍ଟ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ଆଜି ଏନେଇ ଘୋଷଣା କରାଯାଇଛି। ଦେଶର ୪ହଜାରରୁ ଊଦ୍ଧର୍ବ ହଲ୍ରେ ସିନେମା ଦିବସ ପାଳନ ହେବାକୁ ଯାଉଛି। ଏଥିରେ ମଲ୍ଟିପ୍ଲେକ୍ସ ସମେତ ସିଙ୍ଗଲ […] The post ଜବରଦସ୍ତ ଅଫର୍: ଯେକୌଣସି ଫିଲ୍ମ ହଲ୍ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ appeared first on Dharitri Odia News.
ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ, ମାତ୍ର ୯୯ଟଙ୍କାରେ ଟିକେଟ୍ ମିଳିବ। ଜାତୀୟ ସିନେମା ଦିବସ ଥିବାରୁ ସିନେପ୍ରେମୀଙ୍କୁ ଏଭଳି ଏକ ନିଆରା ଅନୁଭୂତି ମିଳିଛି। ମଲ୍ଟିପ୍ଲେକ୍ଟ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ଆଜି ଏନେଇ ଘୋଷଣା କରାଯାଇଛି।
ଦେଶର ୪ହଜାରରୁ ଊଦ୍ଧର୍ବ ହଲ୍ରେ ସିନେମା ଦିବସ ପାଳନ ହେବାକୁ ଯାଉଛି। ଏଥିରେ ମଲ୍ଟିପ୍ଲେକ୍ସ ସମେତ ସିଙ୍ଗଲ ସ୍କ୍ରିନ ମଧ୍ୟ ସାମିଲ ହୋଇଛନ୍ତି। ଯେଉଁ ଟିକଟ ଦାମ ଅନ୍ୟଦିନରେ ୧୧୦ରୁ ନେଇ ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ସିନେମା ଦିବସ ଅବସରରେ ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକଟ ଦାମ ୯୯ଟଙ୍କା ରଖାଯାଇଛି। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଅଗଣିତ ସିନେପ୍ରେମୀ।
ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଧାକ’, ‘ୟୁଧ’ ଓ ‘କାହାଁ ସୁରୁ କାହାଁ ଖତମ’। ପୂର୍ବରୁ ରିଲିଜ ହୋଇଥିବା ‘ସ୍ତ୍ରୀ-୨’, ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’, ‘ତୁମ୍ବାଡ’, ‘ଦ ବକିଙ୍ଗ ହାମ ମର୍ଡର୍ସ’, ‘ଏଆରଏମ’, ‘ଖେଲଖେଲ ମେଁ’ ସହ ଓଡ଼ିଆ ଫିଲ୍ମ ‘ଆଶ୍ରମ’ ଓ ‘ଆଇଲଭୟୁ-୨’ ହଲ୍ରେ ପ୍ରଦର୍ଶିତ ହେଉଛି।
The post ଜବରଦସ୍ତ ଅଫର୍: ଯେକୌଣସି ଫିଲ୍ମ ହଲ୍ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ appeared first on Dharitri Odia News.