ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ ମହିଳା, ସୁରକ୍ଷା ଓ ଯତ୍ନ ପାଇଁ …

ପାରଳାଖେମୁଣ୍ଡି,୧୪ା୨(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ଶିଶୁକନ୍ୟାକୁ ପାଇଥିଲେ। କେ. ସିରିଶା ନାମ୍ନୀ ମହିଳା ସେହି ଶିଶୁଟିକୁ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳଳୟରେ ଚିକିତ୍ସା ଲାଗି ଭର୍ତ୍ତିକରି ଶିଶୁଟିର ସୁରକ୍ଷା ଓ ଯତ୍ନ ପାଇଁ ଜିଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଚାଇଲ୍ଡ ହେଲ୍‌ପ ଲାଇନ ଓ ନିଶାନ ଶାଲୋମ ପୋଷ୍ୟ ସନ୍ତାନ […] The post ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ ମହିଳା, ସୁରକ୍ଷା ଓ ଯତ୍ନ ପାଇଁ … appeared first on Dharitri Odia News.

ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ ମହିଳା, ସୁରକ୍ଷା ଓ ଯତ୍ନ ପାଇଁ …

ପାରଳାଖେମୁଣ୍ଡି,୧୪ା୨(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ଶିଶୁକନ୍ୟାକୁ ପାଇଥିଲେ। କେ. ସିରିଶା ନାମ୍ନୀ ମହିଳା ସେହି ଶିଶୁଟିକୁ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳଳୟରେ ଚିକିତ୍ସା ଲାଗି ଭର୍ତ୍ତିକରି ଶିଶୁଟିର ସୁରକ୍ଷା ଓ ଯତ୍ନ ପାଇଁ ଜିଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।

ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଚାଇଲ୍ଡ ହେଲ୍‌ପ ଲାଇନ ଓ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶରେ ଶିଶୁଟିର ଯତ୍ନ ନେଉଛନ୍ତି।

ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି। ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଜଣେ ଆୟା ଶିଶୁର ଯତ୍ନ ନେଉଛନ୍ତି। ଶିଶୁକନ୍ୟାଟି ସୁସ୍ଥ ହେବା ପରେ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ ଅନୁସାରେ ରାଣୀପେଣ୍ଠସ୍ଥିତ ନିଶାନ ଶାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ତାକୁ ରଖାଯିବ। ସେଠାରେ ତାର ସମସ୍ତ ଯତ୍ନ ନିଆଯାଇ ପରେ ସରକାରଙ୍କ ନିୟମ ଅନୁଯାୟୀ ଥାଇଥାନ ବ୍ୟବସ୍ଥା କରାଯିବ।

The post ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ ମହିଳା, ସୁରକ୍ଷା ଓ ଯତ୍ନ ପାଇଁ … appeared first on Dharitri Odia News.