ଏନ୍ଡିଏରେ ମିଶିଲା ଟିଡିପି
ନୂଆଦିଲ୍ଲୀ,୯ା୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ନିଜର ପୁରୁଣା ସହଯୋଗୀଙ୍କୁ ଏନ୍ଡିଏରେ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ କରିଛି। ନୀତୀଶ କୁମାରଙ୍କ ଜେଡିୟୁ ପରେ ଭାଜପା ଓଡ଼ିଶାରେ ବିଜେଡି ସହ ଆଲୋଚନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ଶନିବାର ଏନ୍ଡିଏରେ ସାମିଲ ହୋଇଥିବା ନେଇ ସୂଚନା ଦେଇଛି ଦଳ। ଆଜି ଦିଲ୍ଲୀରେ ଭାଜପା ଏବଂ ଟିଡିପି ନେତାଙ୍କ ମଧ୍ୟରେ ମିଳିତ ବୈଠକରେ ପରେ ଟିଡିପି ଏନ୍ଡିଏରେ ସାମିଲ […] The post ଏନ୍ଡିଏରେ ମିଶିଲା ଟିଡିପି appeared first on Dharitri Odia News.
ନୂଆଦିଲ୍ଲୀ,୯ା୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ନିଜର ପୁରୁଣା ସହଯୋଗୀଙ୍କୁ ଏନ୍ଡିଏରେ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ କରିଛି। ନୀତୀଶ କୁମାରଙ୍କ ଜେଡିୟୁ ପରେ ଭାଜପା ଓଡ଼ିଶାରେ ବିଜେଡି ସହ ଆଲୋଚନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ଶନିବାର ଏନ୍ଡିଏରେ ସାମିଲ ହୋଇଥିବା ନେଇ ସୂଚନା ଦେଇଛି ଦଳ। ଆଜି ଦିଲ୍ଲୀରେ ଭାଜପା ଏବଂ ଟିଡିପି ନେତାଙ୍କ ମଧ୍ୟରେ ମିଳିତ ବୈଠକରେ ପରେ ଟିଡିପି ଏନ୍ଡିଏରେ ସାମିଲ ହୋଇଛି। ଟିଡିପି ସହ ଜନସେନା ପାର୍ଟି ମଧ୍ୟ ଏନ୍ଡିଏରେ ସାମିଲ ହୋଇଥିବା ଜଣାପଡ଼ିଛି।
ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ଭାଜପା ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଆଗଭର ହୋଇଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା। ଏଥର ୧୭+୬+୨’ ଫର୍ମୂଲାରେ ଭାଜପା ଆନ୍ଧ୍ରପ୍ରଦେଶରେ ନିର୍ବାଚନ। ତେଲୁଗୁ ଦେଶମ ପାର୍ଟି(ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଓ ଜନ ସେନା ପାର୍ଟି(ଜେଏସ୍ପି) ପ୍ରମୁଖ ପବନ କଲ୍ୟାଣ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମିଶି ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଦୁଇ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଭାରତୀୟ ଜନତା ପାର୍ଟି ଏବଂ ଜନସେନା ମିଳିତ ଭାବେ ଆନ୍ଧ୍ରପ୍ରଦେଶରେ ପ୍ରାୟ ୮ଟି ଲୋକ ସଭା ଓ ୩୦ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିପାରନ୍ତି। ବାକି ୧୭ ଲୋକସଭା ଓ ୧୪୫ ବିଧାନସଭା ଆସନରେ ଟିଡିପି ଲଢ଼ିବ । ତେବେ ଏ ନେଇ ଖୁବଶୀଘ୍ର ଏନ୍ଡିଏ ପକ୍ଷରୁ ଔପଚାରିକ ଘୋଷଣା କରାଯିବ। ଲୋକ ସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବାର ସମ୍ଭାବନା ରହିଛି।
The post ଏନ୍ଡିଏରେ ମିଶିଲା ଟିଡିପି appeared first on Dharitri Odia News.