Olympics 2024: ମହିଳାଙ୍କ ଦମଦାର ପ୍ରଦର୍ଶନ, କ୍ଵାର୍ଟର ଫାଇନାଲ୍ରେ ଭାରତ; ନିରାଶ କଲେ ଦୀପିକା
ନୂଆଦିଲ୍ଲୀ: ଭାରତର ମହିଳା ତୀରନ୍ଦାଜି ଦଳ ପ୍ୟାରିସ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ତିନି ଜଣ ମିଶି ଭାରତକୁ ୧୯୮୩ ଅଙ୍କ ଦେଇଛନ୍ତି। ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ଵାର୍ଟର ଫାଇନାଲ୍ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି। ବ୍ୟକ୍ତିଗତ ସ୍କୋର ଉପରେ ନଜର ପକାଇଲେ ଦଳ ପକ୍ଷରୁ ସବୁଠୁ ଭଲ ପ୍ରଦର୍ଶନ ଅଙ୍କିତା ଭଗତ କରିଛନ୍ତି। ସେ ୭୨ ସଟ୍ ଲଗାଇ ମୋଟ୍ ୬୬୬ ପଏଣ୍ଟ ହାସଲ କରିଛନ୍ତି ଏବଂ ୧୧ତମ ସ୍ଥାନରେ ରହିଛନ୍ତି। ଦୀପିକା କୁମାରୀ ୨୩ତମ ଓ ଭଜନ କୌର ୨୨ତମ ସ୍ଥାନରେ ରହି ଟପ୍-୨୦ରୁ ବାହାରେ ରହିଛନ୍ତି। ଅଙ୍କିତ ଦ୍ଵିତୀୟାର୍ଦ୍ଧର ଶେଷ ୨ଟି ସେଟ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରି ୧୨୦ ଓ ୧୧୨ ପଏନ୍ଟ ହାସଲ କରିଛନ୍ତି। ଅନ୍ୟପଟେ ଶେଷ ମୁହୂର୍ତ୍ତରେ ୧୮ ବର୍ଷୀୟ ଭଜନ କୌରଙ୍କ ପକ୍ଷରୁ ଅତ୍ୟନ୍ତ ନିରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେ ମୋଟ୍ ୬୫୯ ପଏଣ୍ଟ ହାସଲ କରି ପାରିଛନ୍ତି। ଦୀପିକା ତାଙ୍କଠୁ ଗୋଟିଏ ପଏଣ୍ଟ ପଛରେ ରହି ରାଙ୍କିଙ୍ଗ ରାଉଣ୍ଡରେ ୬୫୮ ପଏଣ୍ଟ ପାଇଛନ୍ତି। ମୋଟାମୋଟି ଦୀପିକା କୁମାରୀ ନିରାଶ କରିଛନ୍ତି।ନିୟମ ଅନୁସାରେ ଟପ୍-୪ରେ ରହୁଥିବା ଦଳ ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବ। ଭାରତ ୧୯୮୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିିଛି। ଭାରତ ଏବେ କ୍ଵାର୍ଟର ଫ
ନୂଆଦିଲ୍ଲୀ: ଭାରତର ମହିଳା ତୀରନ୍ଦାଜି ଦଳ ପ୍ୟାରିସ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ତିନି ଜଣ ମିଶି ଭାରତକୁ ୧୯୮୩ ଅଙ୍କ ଦେଇଛନ୍ତି। ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ଵାର୍ଟର ଫାଇନାଲ୍ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି। ବ୍ୟକ୍ତିଗତ ସ୍କୋର ଉପରେ ନଜର ପକାଇଲେ ଦଳ ପକ୍ଷରୁ ସବୁଠୁ ଭଲ ପ୍ରଦର୍ଶନ ଅଙ୍କିତା ଭଗତ କରିଛନ୍ତି। ସେ ୭୨ ସଟ୍ ଲଗାଇ ମୋଟ୍ ୬୬୬ ପଏଣ୍ଟ ହାସଲ କରିଛନ୍ତି ଏବଂ ୧୧ତମ ସ୍ଥାନରେ ରହିଛନ୍ତି। ଦୀପିକା କୁମାରୀ ୨୩ତମ ଓ ଭଜନ କୌର ୨୨ତମ ସ୍ଥାନରେ ରହି ଟପ୍-୨୦ରୁ ବାହାରେ ରହିଛନ୍ତି।
ଅଙ୍କିତ ଦ୍ଵିତୀୟାର୍ଦ୍ଧର ଶେଷ ୨ଟି ସେଟ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରି ୧୨୦ ଓ ୧୧୨ ପଏନ୍ଟ ହାସଲ କରିଛନ୍ତି। ଅନ୍ୟପଟେ ଶେଷ ମୁହୂର୍ତ୍ତରେ ୧୮ ବର୍ଷୀୟ ଭଜନ କୌରଙ୍କ ପକ୍ଷରୁ ଅତ୍ୟନ୍ତ ନିରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେ ମୋଟ୍ ୬୫୯ ପଏଣ୍ଟ ହାସଲ କରି ପାରିଛନ୍ତି। ଦୀପିକା ତାଙ୍କଠୁ ଗୋଟିଏ ପଏଣ୍ଟ ପଛରେ ରହି ରାଙ୍କିଙ୍ଗ ରାଉଣ୍ଡରେ ୬୫୮ ପଏଣ୍ଟ ପାଇଛନ୍ତି। ମୋଟାମୋଟି ଦୀପିକା କୁମାରୀ ନିରାଶ କରିଛନ୍ତି।
ନିୟମ ଅନୁସାରେ ଟପ୍-୪ରେ ରହୁଥିବା ଦଳ ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବ। ଭାରତ ୧୯୮୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିିଛି। ଭାରତ ଏବେ କ୍ଵାର୍ଟର ଫାଇନାଲ୍ରେ ଫ୍ରାନ୍ସ ବନାମ ନେଦରଲାଣ୍ଡ ମ୍ୟାଚ୍ର ବିଜେତା ସହ ହେବ। ଅନ୍ୟପକ୍ଷେ ପଞ୍ଚମରୁ ୧୨ ତମ ସ୍ଥାନ ମଧ୍ୟରେ ରହିଥିବା ଦଳଗୁଡ଼ିକ ରାଉଣ୍ଡ ଅଫ୍ ୧୬ ଦେଇ ଗତି କରିବାକୁ ପଡ଼ିବ।