OMCର ୭୦ତମ ପ୍ରତିଷ୍ଠା ଦିବସ : ରାଜ୍ୟ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ OMCର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା
ଭୁବନେଶ୍ବର ୧୬।୫: ଓଏମ୍ସିର ୭୦ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଏମ୍ସି, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି। ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ ଓଏମ୍ସିର ବଳିଷ୍ଠ ଅବଦାନ ରହିଛି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ ଓଏମ୍ସି ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି। ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି। ଆଜି ଓଏମ୍ସି ଦେଶରେ ଖଣିଜ ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି । ଓଏମ୍ସି କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ ପ୍ରଫିଟ୍ ମେକିଂ ଷ୍ଟେଟ୍ PSUs ଭାବରେ ପ୍ରତିଷ୍ଠିତ କରିପାରିଛି । ଓଏମ୍ସି ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଭୁବନେଶ୍ବର ୧୬।୫: ଓଏମ୍ସିର ୭୦ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଏମ୍ସି, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି। ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ ଓଏମ୍ସିର ବଳିଷ୍ଠ ଅବଦାନ ରହିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ ଓଏମ୍ସି ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି। ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି। ଆଜି ଓଏମ୍ସି ଦେଶରେ ଖଣିଜ ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି । ଓଏମ୍ସି କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ ପ୍ରଫିଟ୍ ମେକିଂ ଷ୍ଟେଟ୍ PSUs ଭାବରେ ପ୍ରତିଷ୍ଠିତ କରିପାରିଛି । ଓଏମ୍ସି ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ମୁଖ୍ୟମନ୍ତ୍ରୀ ଡୁବୁନା, ବଡବିଲ ଲୌହ ପଥର ଖଣିର ପୁନଃ ଆରମ୍ଭ କରିବା ସହିତ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ, ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ ଓଏମ୍ସି ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍ର ସୋଲାର ପ୍ଲାଣ୍ଟ ଉଦ୍ଘାଟନ କରିଥିଲେ। କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇ.ଟି. ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(LMS), ଓଏମ୍ସି ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (OFMS), ଓଏମ୍ସି ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ (OPLUS) ଏବଂ ଓଏମ୍ସି ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ORMS)ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଓଏମ୍ସିର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶା ଖଣି ନିଗମର CSR ଭିତ୍ତିକ ପଦକ୍ଷେପ ଉପରେ ପର୍ଯ୍ୟବେଶିତ ଏକ ପତ୍ରିକା ଅତିଥି ମାନେ ଉନ୍ମୋଚନ କରିଥିଲେ ।
You Can Read:
୨୦୧୩ ମସିହା ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଘଟଣା : ଅନ୍ୟତମ ଶେଷ ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ