ONGCରେ ଚାକିରି ସୁଯୋଗ; ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ

ଏହି ନିଯୁକ୍ତି ମାଧ୍ୟମରେ 2 ହଜାରରୁ ଅଧିକ ପଦବୀ ପୂରଣ ହେବ।

ONGCରେ ଚାକିରି ସୁଯୋଗ; ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ

ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍ (ONGC) ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ 2 ହଜାରରୁ ଅଧିକ ପଦବୀ ପୂରଣ ହେବ। ତେଣୁ ଆଗ୍ରହୀ ପ୍ରାର୍ଥୀଙ୍କ କି କି ଯୋଗ୍ୟତା ଥିବା ଆବଶ୍ୟକ ଏବଂ କିପରି ଆବେଦନ କରିବେ, ଜାଣନ୍ତୁ...

ଯୋଗ୍ୟ ପ୍ରାର୍ଥୀମାନେ ongcindia.com ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଅକ୍ଟୋବର 5ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ମୋଟ ପଦବୀ: 2237 ପୋଷ୍ଟ 

  • ଉତ୍ତରାଞ୍ଚଳ ସେକ୍ଟର: 161
  • ମୁମ୍ବାଇ ସେକ୍ଟର: 310
  • ପଶ୍ଚିମାଞ୍ଚଳ ସେକ୍ଟର: 547
  • ପୂର୍ବାଞ୍ଚଳ ସେକ୍ଟର: 583
  • ଦକ୍ଷିଣାଞ୍ଚଳ ସେକ୍ଟର: 335
  • କେନ୍ଦ୍ରାଞ୍ଚଳ ସେକ୍ଟର: 249

ଶିକ୍ଷାଗତ ଯୋଗ୍ୟତା 
ଆବେଦନ ପାଇଁ ପ୍ରାର୍ଥୀଙ୍କୁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଦଶମ, ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା

  • ସର୍ବନିମ୍ନ ବୟସ 18 ବର୍ଷ। 
  • ସର୍ବାଧିକ ବୟସ 24 ବର୍ଷ। 
  • ଅକ୍ଟୋବର 25, 2024ରୁ ବୟସ ଗଣନା ହେବ।

ଚୟନ ପ୍ରକ୍ରିୟା

  • ଯୋଗ୍ୟତା ପରୀକ୍ଷା।
  • ଚୟନ ପ୍ରକ୍ରିୟା।
  • ମେରିଟ୍ ମାର୍କରେ ଟାଇ ରହିଲେ ଅଧିକ ବୟସ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।