Operation Sindoor Success: ପାକିସ୍ତାନକୁ ମୋଦିଙ୍କ କଡା ଜବାବ; ଆଲୋଚନା ହେବ ତ କେବଳ ଆତଙ୍କବାଦ ଓ PoK ଉପରେ ହେବ
ଆତଙ୍କବାଦ ଓ କଥାବାର୍ତ୍ତା ଏକାସଙ୍ଗେ ଚାଲି ପାରିବନି । ରକ୍ତ ଓ ପାଣି ଏକାସଙ୍ଗେ ବହି ପାରିବନି । ପାକିସ୍ତାନ ସହ କଥା ହେବୁ ତ କେବଳ ପିଓକେ ନେଇ ହେବୁ । 'ଅପରେସନ ସିନ୍ଦୂର' ପରେ ଆଜି ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରି ପାକିସ୍ତାନକୁ ଏପରି କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି ।