ORHDC ଦୁର୍ନୀତି ମାମଲାରେ ଘୁଞ୍ଚିଲା ଶୁଣାଣି, ମଙ୍ଗଳବାର ସୁପ୍ରିମକୋର୍ଟରେ ଭାଗ୍ୟ ନିର୍ଦ୍ଧାରଣ

କଟକ ୨୨/୦୪: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନରେ ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଘୁଞ୍ଚିଲା । ବେଞ୍ଚ ନିର୍ଦ୍ଦେଶ ଦେଲେ ଆସନ୍ତା କାଲି ହେବ ଶୁଣାଣି । କାଲି ସୁପ୍ରିମକୋର୍ଟରେ କଟକ-ବାରବାଟୀ ବିଧାୟକଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୦୨୪  ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ସର୍ବୋଚ୍ଚ ଅଦାଲତଙ୍କ ଫୈସଲାରୁ ସ୍ପଷ୍ଟ ହେବ । ଓଡ଼ିଶା ରୁରାଲ ହାଉସିଂ ଡେଭଲପ୍‌ମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ୍ । ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ପି.ଏସ ନରସିଂହାଙ୍କ ଡବଲ ବେଞ୍ଚ୍ ଖଣ୍ଡପୀଠ ଶୁଣାଣି କରିବେ । ପୂର୍ବରୁ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ । ହେଲେ ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ କାଏମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ୨୨ ତାରିଖରେ ମୋକିମଙ୍କ ଆତ୍ମସ

ORHDC ଦୁର୍ନୀତି ମାମଲାରେ ଘୁଞ୍ଚିଲା ଶୁଣାଣି, ମଙ୍ଗଳବାର ସୁପ୍ରିମକୋର୍ଟରେ ଭାଗ୍ୟ ନିର୍ଦ୍ଧାରଣ

କଟକ ୨୨/୦୪: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନରେ ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଘୁଞ୍ଚିଲା । ବେଞ୍ଚ ନିର୍ଦ୍ଦେଶ ଦେଲେ ଆସନ୍ତା କାଲି ହେବ ଶୁଣାଣି । କାଲି ସୁପ୍ରିମକୋର୍ଟରେ କଟକ-ବାରବାଟୀ ବିଧାୟକଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୦୨୪  ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ସର୍ବୋଚ୍ଚ ଅଦାଲତଙ୍କ ଫୈସଲାରୁ ସ୍ପଷ୍ଟ ହେବ । 

ଓଡ଼ିଶା ରୁରାଲ ହାଉସିଂ ଡେଭଲପ୍‌ମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ୍ । ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ । 

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ପି.ଏସ ନରସିଂହାଙ୍କ ଡବଲ ବେଞ୍ଚ୍ ଖଣ୍ଡପୀଠ ଶୁଣାଣି କରିବେ । ପୂର୍ବରୁ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ । 

ହେଲେ ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ କାଏମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ୨୨ ତାରିଖରେ ମୋକିମଙ୍କ ଆତ୍ମସମର୍ପଣ ମାମଲାରେ କୋର୍ଟ ରୋକ୍ ଲଗାଇଥିଲେ । ମଙ୍ଗଳବାର ORHDC ଦୁର୍ନୀତି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ ।