IPL 2024 : ଅପରାହ୍ନରେ ଗୁଜୁରାଟ-ହାଇଦ୍ରାବାଦ୍‌ ଲଢେଇ, ରାତି ୮ଟାରେ ଦିଲ୍ଲୀ-ଚେନ୍ନାଇ ଫାଇଟ୍‌

ମୁମ୍ବାଇ ୩୧।୦୩ : ଆଇପିଏଲ୍‌ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ରବିବାର ଦିନ ଖେଳାଯିବ ଦୁଇଟି ମ୍ୟାଚ୍‌ । ଅପରାହ୍ନ ୪ଟାରେ ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ରାତି ୮ଟାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ରହିଛି ।  ତେବେ ଅପରାହ୍ନ ୪ଟାରେ ଖେଳାଯିବ ଆଇପିଏଲ୍‌ ୧୨ ତମ ମ୍ୟାଚ୍‌ । ଅହମ୍ମଦାବାଦ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ଏହି ମୁକାବିଲା । ଗୁଜୁରାଟ ଟାଇଟନ୍ସ ବର୍ତ୍ତମାନ ଯାଏଁ ଦୁଇଟି ମୁକାବିଲା ଖେଳିସାରିଛି । ସେଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତର ସାମ୍ମା କରିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ରେ ନିଜର ସ୍ଥିତି ମଜବୁତ୍‌ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି  ହ୍ରାଇଦ୍ରାବାଦ୍‌ ମଧ୍ୟ ବର୍ତ୍ତମାନ ଯାଏଁ ଦୁଇଟି ମୁକାବିଲା ଖେଳିସାରିଛି । ଗୋଟିଏରେ ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏରେ ପରାସ୍ତ ହୋଇଛି । ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ୍‌ ଟିମ୍‌ । ଦଳରେ ଯେପରି ଭାବେ ଦୁର୍ଦ୍ଦଶ ବ୍ୟାଟର ଅଛନ୍ତି । କୌଣସି ବି ବିରୋଧୀ ଦଳକୁ ଦେଇପାରନ୍ତି ଚକ୍‌ମା । ତେଣୁ ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ରାତି ୮ଟାରେ ବିଶାଖାପାଟଣା କ୍ରିକେଟ୍‌ରେ ଗ୍ରାଉଣ୍ଡରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୧୩ ତମ ମ୍ୟାଚ୍‌ । ଆଉ

IPL 2024 : ଅପରାହ୍ନରେ ଗୁଜୁରାଟ-ହାଇଦ୍ରାବାଦ୍‌ ଲଢେଇ, ରାତି ୮ଟାରେ ଦିଲ୍ଲୀ-ଚେନ୍ନାଇ ଫାଇଟ୍‌

ମୁମ୍ବାଇ ୩୧।୦୩ : ଆଇପିଏଲ୍‌ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ରବିବାର ଦିନ ଖେଳାଯିବ ଦୁଇଟି ମ୍ୟାଚ୍‌ । ଅପରାହ୍ନ ୪ଟାରେ ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ରାତି ୮ଟାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ରହିଛି ।  

ତେବେ ଅପରାହ୍ନ ୪ଟାରେ ଖେଳାଯିବ ଆଇପିଏଲ୍‌ ୧୨ ତମ ମ୍ୟାଚ୍‌ । ଅହମ୍ମଦାବାଦ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ଏହି ମୁକାବିଲା । ଗୁଜୁରାଟ ଟାଇଟନ୍ସ ବର୍ତ୍ତମାନ ଯାଏଁ ଦୁଇଟି ମୁକାବିଲା ଖେଳିସାରିଛି । ସେଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତର ସାମ୍ମା କରିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ରେ ନିଜର ସ୍ଥିତି ମଜବୁତ୍‌ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି  ହ୍ରାଇଦ୍ରାବାଦ୍‌ ମଧ୍ୟ ବର୍ତ୍ତମାନ ଯାଏଁ ଦୁଇଟି ମୁକାବିଲା ଖେଳିସାରିଛି । ଗୋଟିଏରେ ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏରେ ପରାସ୍ତ ହୋଇଛି । ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ୍‌ ଟିମ୍‌ । ଦଳରେ ଯେପରି ଭାବେ ଦୁର୍ଦ୍ଦଶ ବ୍ୟାଟର ଅଛନ୍ତି । କୌଣସି ବି ବିରୋଧୀ ଦଳକୁ ଦେଇପାରନ୍ତି ଚକ୍‌ମା । ତେଣୁ ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି । 

ଅନ୍ୟପଟେ ରାତି ୮ଟାରେ ବିଶାଖାପାଟଣା କ୍ରିକେଟ୍‌ରେ ଗ୍ରାଉଣ୍ଡରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୧୩ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ବର୍ତ୍ତମାନ ଯାଏଁ ଚେନ୍ନାଇ ଟିମ୍‌ ନିଜର ପ୍ରଥମ ଦୁଇ ମୁକିବାଲରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଶୃଙ୍ଖଳିତ ଜଣାପଡୁଛି । ତେଣୁ ବିରୋଧୀ ଟିମ୍‌କୁ ଚକ୍‌ମା ଦେବାରେ କୌଣସି ଅସମ୍ଭବ ନାହିଁ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ଯାଏଁ ଖେଳିଥିବା ଦୁଇଟି ମୁକାବିଲାରେ କୌଣସି ମ୍ୟାଚ୍‌ରେ ବିଜୟୀ ହୋଇନାହିଁ । ତେଣୁ ଆଜିର ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ରେ ନିଜ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଦେଖାଯାଉ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ କେତେ ରୋମାଞ୍ଚକର ହେବ ।