UPରେ ୯୦,୦୦୦ କଏଦୀ କରିବେ କୁମ୍ଭ ସ୍ନାନ

ଲକ୍ଷ୍ନୌ ୧୯।୨:  ମହାକୁମ୍ଭ ୨୦୨୫କୁ ଐତିହାସିକ ଓ ଅଧିକ ବ୍ୟାପକ କରିବା ପାଇଁ ଉତ୍ତରପ୍ରଦେଶ (ୟୁପି) ସରକାର ଜେଲରେ ବନ୍ଦୀ କଏଦୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଏବେ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୨୧ ତାରିଖ ଦିନ ରାଜ୍ୟର ସମସ୍ତ ୭୫ଟି ଯାକ ଜେଲରେ ରହୁଥିବା ଅନ୍ତେବାସୀଙ୍କୁ ସଙ୍ଗମର ପବିତ୍ର ଜଳରେ ସ୍ନାନ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଜେଲମାନଙ୍କରେ ରହୁଥିବା ପାଖାପାଖି ୯୦ ହଜାର ବନ୍ଦୀଙ୍କୁ କୁମ୍ଭସ୍ନାନର ପୂଣ୍ୟ ମିଳିପାରିବ ବୋଲି ଏବେ କୁହାଯାଉଛି। ୟୁପି ସରକାରଙ୍କ ଏହି ଉଦ୍ୟମ ଜେଲ ସଂସ୍କାର ଓ କୈଏଦୀମାନଙ୍କୁ ଧର୍ମ ଦିଗରେ ଆକର୍ଷିତ କରିବାକୁ ଏକ ଅନନ୍ୟ ଉଦ୍ୟମ। ରାଜ୍ୟ ଜେଲ ନିର୍ଦ୍ଦେଶକ ପି.ଭି.ରାମାଶାସ୍ତ୍ରୀ କହିଛନ୍ତି ଯେ ଜେଲମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ସଙ୍ଗମର ପବିତ୍ର ଜଳ ସମସ୍ତ ଜେଲକୁ ନିଆଯିବ ଓ ସେଠାରେ ସାଧାରଣ ପାଣି ସହ ମିସାଇ ଜେଲ ପରିସରରେ ଏକ ଛୋଟ ଟାଙ୍କିରେ ସଂଗୃହୀତ କରାଯିବ। ଅଧିକାରୀ କହିଛନ୍ତି ଯେ ପ୍ରାର୍ଥନା ପରେ ସବୁ କଏଦୀଙ୍କୁଏହି ପାଣିରେ ସ୍ନାନ କରିବାକୁ ଦିଆଯିବ। ଏଥି ପାଇଁ ଜେଲ ପ୍ରଶାସନ ପ୍ରୟାଗରାଜ ସଙ୍ଗମରୁ ଗଙ୍ଗାଜଳ ଆଣି ସମସ୍ତ ଜେଲକୁ ବିତରଣ କରିବ। ଏହି ଜଳକୁ ଜେଲ ପରିସରରେ ଏକ ଟାଙ୍କିରେ ସଂଗୃହୀତ କରାଯିବ ଓ ଏଥିରେ ନିୟମିତ ପାଣି ମଧ୍ୟ ମିସା ଯିବ। ବନ୍ଦୀମାନେ ପ୍ରାର୍ଥନା ପରେ ଏହି ପବିତ୍ର ଜଳର

UPରେ ୯୦,୦୦୦ କଏଦୀ କରିବେ କୁମ୍ଭ ସ୍ନାନ

ଲକ୍ଷ୍ନୌ ୧୯।୨:  ମହାକୁମ୍ଭ ୨୦୨୫କୁ ଐତିହାସିକ ଓ ଅଧିକ ବ୍ୟାପକ କରିବା ପାଇଁ ଉତ୍ତରପ୍ରଦେଶ (ୟୁପି) ସରକାର ଜେଲରେ ବନ୍ଦୀ କଏଦୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଏବେ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୨୧ ତାରିଖ ଦିନ ରାଜ୍ୟର ସମସ୍ତ ୭୫ଟି ଯାକ ଜେଲରେ ରହୁଥିବା ଅନ୍ତେବାସୀଙ୍କୁ ସଙ୍ଗମର ପବିତ୍ର ଜଳରେ ସ୍ନାନ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଜେଲମାନଙ୍କରେ ରହୁଥିବା ପାଖାପାଖି ୯୦ ହଜାର ବନ୍ଦୀଙ୍କୁ କୁମ୍ଭସ୍ନାନର ପୂଣ୍ୟ ମିଳିପାରିବ ବୋଲି ଏବେ କୁହାଯାଉଛି। 

ୟୁପି ସରକାରଙ୍କ ଏହି ଉଦ୍ୟମ ଜେଲ ସଂସ୍କାର ଓ କୈଏଦୀମାନଙ୍କୁ ଧର୍ମ ଦିଗରେ ଆକର୍ଷିତ କରିବାକୁ ଏକ ଅନନ୍ୟ ଉଦ୍ୟମ। ରାଜ୍ୟ ଜେଲ ନିର୍ଦ୍ଦେଶକ ପି.ଭି.ରାମାଶାସ୍ତ୍ରୀ କହିଛନ୍ତି ଯେ ଜେଲମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ସଙ୍ଗମର ପବିତ୍ର ଜଳ ସମସ୍ତ ଜେଲକୁ ନିଆଯିବ ଓ ସେଠାରେ ସାଧାରଣ ପାଣି ସହ ମିସାଇ ଜେଲ ପରିସରରେ ଏକ ଛୋଟ ଟାଙ୍କିରେ ସଂଗୃହୀତ କରାଯିବ। ଅଧିକାରୀ କହିଛନ୍ତି ଯେ ପ୍ରାର୍ଥନା ପରେ ସବୁ କଏଦୀଙ୍କୁଏହି ପାଣିରେ ସ୍ନାନ କରିବାକୁ ଦିଆଯିବ। 

ଏଥି ପାଇଁ ଜେଲ ପ୍ରଶାସନ ପ୍ରୟାଗରାଜ ସଙ୍ଗମରୁ ଗଙ୍ଗାଜଳ ଆଣି ସମସ୍ତ ଜେଲକୁ ବିତରଣ କରିବ। ଏହି ଜଳକୁ ଜେଲ ପରିସରରେ ଏକ ଟାଙ୍କିରେ ସଂଗୃହୀତ କରାଯିବ ଓ ଏଥିରେ ନିୟମିତ ପାଣି ମଧ୍ୟ ମିସା ଯିବ। ବନ୍ଦୀମାନେ ପ୍ରାର୍ଥନା ପରେ ଏହି ପବିତ୍ର ଜଳରେ ସ୍ନାନ କରିବେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜେଲରେ ଥିବା ବନ୍ଦୀମାନଙ୍କୁ ଆଧ୍ୟାତ୍ମିକ ରୂପେ ମହାକୁମ୍ଭ ସହ ସଂଯୁକ୍ତ କରିବା, ଯାହାଦ୍ୱାରା ସେମାନେ ଧାର୍ମିକ ଅନୁଭୂତି ପାଇ ପାରିବେ। 

ୟୁପି ଜେଲମନ୍ତ୍ରୀ ଦାରାସିଂହ ଚୌହାନ କହିଛନ୍ତି ଯେ ମହାକୁମ୍ଭ କେବଳ ବାହାର ଦୁନିଆର ଆୟୋଜନ ନୁହେଁ, ଜେଲରେ ବନ୍ଦୀ କଏଦୀଙ୍କୁ ମଧ୍ୟ ଏହି ସୁଯୋଗ ମିଳିବା ଦରକାର। ଏହି ଉଦ୍ୟମ ସେମାନଙ୍କୁ ଧାର୍ମିକ ଅନୁଷ୍ଠାନ ଓ ଆଧ୍ୟାତ୍ମିକତା ସହିତ ସଂଯୁକ୍ତ କରିବାରେ ସହାୟତା କରିବ। ପବିତ୍ର ଜଳରେ ସ୍ନାନ କଲେ ସେମାନଙ୍କୁ ମାନସିକ ଓ ଆତ୍ମିକ ଶାନ୍ତି ମିଳିବ। ମହାକୁମ୍ଭ ୨୦୨୫ର ଶେଷ ଅମୃତ ସ୍ନାନ ୨୬ ଫେବୃଆରୀ ମହାଶିବରାତ୍ରି ଦିନ ଅନୁଷ୍ଠିତ ହେବ। ଏ ପର୍ଯ୍ୟନ୍ତ ୫୬କୋଟିରୁ ଅଧିକ ଶ୍ରଦ୍ଧାଳୁ କୁମ୍ଭ ସ୍ନାନ କରିଛନ୍ତି। ଏହି ଆୟୋଜନକୁ ସବୁମନ୍ତେ ସଫଳ କରିବା ପାଇଁ ୟୁପି ସରକାର ଉଦ୍ୟମ କରୁଛନ୍ତି।