ବହରାଇଚ ହିଂସା ଘଟଣା : ଭଙ୍ଗାରୁଜା ପରେ ଇଣ୍ଟରନେଟ୍ ଠପ୍, ଜାଣନ୍ତୁ ପୁରା ଅପଡେଟ୍

ଲକ୍ଷ୍ନୌ ୧୫।୧୦: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲା ହରଦି ଅଞ୍ଚଳରେ ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଢେଲାପଥର ଓ ଗୁଳିମାଡ଼ ଯୋଗୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ଯୁବକଙ୍କ ନାମ ରାମଗୋପାଳ ମିଶ୍ର । ପୁଲିସ ଏହି ଘଟଣାରେ ୧୦ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ  କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ  କରିଛି । ସୋମବାର ରାତିରେ ଶବ ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକମାନେ ଶବକୁ ଧରି ୫ କି.ମି. ପର୍ଯ୍ୟନ୍ତ ଶୋଭାଯାତ୍ରା  କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ପରିବାର  ଲୋକେ ମୃତଦେହର ଅନ୍ତିମସଂସ୍କାର କରିଥିଲେ । କିନ୍ତୁ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଅନେକ  ଗାଡି ଓ ଦୋକାନ ଘରେ ନିଆଁ ଲଗାଇ ଦେଇଥିଲେ। ଏକ ହସ୍ପିଟାଲର ଓ ସୋରୁମ୍‌କୁ ମଧ୍ୟ ସେମାନେ ପୋଡି ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବହରାଇଚ ଜିଲ୍ଲାରେ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆଖପାଖ ୬ଟି ଜିଲ୍ଲାରୁ ଅଧିକ ସଂଖ୍ୟକ ଫୋର୍ସ ମଗାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ୧ : ବହରାଇଚରେ ହିଂସା ପରେ ଦୁଇ ଏସଏସ୍‌ପି ରାଙ୍କର ଅଫିସର ନିଯୁକ୍ତି କରାଯାଇଛି । ରାପିଡ୍‌ ଆକ୍ସନ ଫୋର୍ସ ଏ

ବହରାଇଚ ହିଂସା ଘଟଣା : ଭଙ୍ଗାରୁଜା ପରେ ଇଣ୍ଟରନେଟ୍ ଠପ୍, ଜାଣନ୍ତୁ ପୁରା ଅପଡେଟ୍

ଲକ୍ଷ୍ନୌ ୧୫।୧୦: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲା ହରଦି ଅଞ୍ଚଳରେ ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଢେଲାପଥର ଓ ଗୁଳିମାଡ଼ ଯୋଗୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ଯୁବକଙ୍କ ନାମ ରାମଗୋପାଳ ମିଶ୍ର । ପୁଲିସ ଏହି ଘଟଣାରେ ୧୦ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ  କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ  କରିଛି । 

ସୋମବାର ରାତିରେ ଶବ ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକମାନେ ଶବକୁ ଧରି ୫ କି.ମି. ପର୍ଯ୍ୟନ୍ତ ଶୋଭାଯାତ୍ରା  କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ପରିବାର  ଲୋକେ ମୃତଦେହର ଅନ୍ତିମସଂସ୍କାର କରିଥିଲେ । କିନ୍ତୁ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଅନେକ  ଗାଡି ଓ ଦୋକାନ ଘରେ ନିଆଁ ଲଗାଇ ଦେଇଥିଲେ। ଏକ ହସ୍ପିଟାଲର ଓ ସୋରୁମ୍‌କୁ ମଧ୍ୟ ସେମାନେ ପୋଡି ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବହରାଇଚ ଜିଲ୍ଲାରେ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆଖପାଖ ୬ଟି ଜିଲ୍ଲାରୁ ଅଧିକ ସଂଖ୍ୟକ ଫୋର୍ସ ମଗାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । 


୧ : ବହରାଇଚରେ ହିଂସା ପରେ ଦୁଇ ଏସଏସ୍‌ପି ରାଙ୍କର ଅଫିସର ନିଯୁକ୍ତି କରାଯାଇଛି । ରାପିଡ୍‌ ଆକ୍ସନ ଫୋର୍ସ ଏବଂ ପିଏସି ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । ବର୍ତ୍ତମାନ ଜିଲ୍ଲାରେ ୧୦ କଂପାନୀ ପିଏସି, ୨ କଂପାନୀ ସିଏପିଏଫ୍‌, ୟୁପି ଏସ୍‌ଟିଏଫ୍‌ର ୫ଟି ଟିମ୍‌ ମୁତୟନ ହୋଇଛନ୍ତି ।

୨ : ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ପରେ ଲକ୍ଷ୍ମୌରୁ ଏସ୍‌ଟିଏଫ୍‌ ଚିଫ୍‌ ଅମିତାଭ ୟଶ ମଧ୍ୟ ବହରାଇଚ ପହଞ୍ଚିଛନ୍ତି । ଏହି ସମୟରେ ଅମିତାଭ ୟଶ ରାସ୍ତାରେ ଉପଦ୍ରବକାରୀଙ୍କ କାବୁ କରୁଥିବାର ନଜର ଆସିଥିଲେ । ତାଙ୍କ ହାତରେ ବନ୍ଧୁକ ଥିବାର ମଧ୍ୟ ନଜର ଆସିଥିଲା ।

ବହରାଇଚ୍‌ ହିଂସା ମଧ୍ୟରେ ପୋଲିସ ସୁରକ୍ଷା ଦୃଷ୍ଟିରୁ ପ୍ରଭାବିତ ଲୋକଙ୍କୁ ଅନ୍ୟ ସ୍ଥାନକୁ ସିଫ୍‌ଟ କରିଛି । ପୋଲିସ ଫୋର୍ସ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । 

୩ : ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ପରେ ଗୃହ ସଚିବ ସଞ୍ଜୀବ ଗୁପ୍ତା ଏବଂ ଏଡିଜି ଲ ଆଣ୍ଡ ଅର୍ଡର ପହଞ୍ଚିଥିଲେ । ପୁରା ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ କାବୁ ପାଇଁ ଅଧିକ ୬ କଂପାନୀ ପିଏସି ପଠାଯାଇଛି । 

୪ : ଗୋରଖପୁର, ଗୋଣ୍ଡା, ବଳରାମପୁର, ବାରାବାଙ୍କିରୁ ୬ କଂପାନୀ ପିଏସି ବହରାଇଚ୍‌ ପଠାଯାଇଛି । ପୁରା ପୋଲିସ ଫୋର୍ସକୁ ହାଇଆଲର୍ଟରେ ରଖାଯାଇଛି । ବହରାଇଚ୍‌ରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । 

୫ : ବହରାଇଚ୍‌ ମାମଲାରେ ଅବ୍‌ହୁଲ୍‌ ହମିଦ୍‌, ସରଫରାଜ, ଫହୀମ, ସାହିର ଖାନ୍‌, ମାରଫ ଅଲ୍ଲୀ ସମେତ ୧୦ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ବାକି ଚାରି ଲୋକ ଏବେବି ଫେରାର ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିସାରିଛି ।