ବିଦ୍ୟୁତ ଉପକରଣ ଜାଗାରେ ଆସିଲା ମୃତଦେହ, କିଏ ପଠାଇଲା ଖୋଜୁଛି ପୋଲିସ ?

ଆନ୍ଧ୍ରପ୍ରଦେଶ ୨୦/୧୨: ପାର୍ସଲରେ ଆସିବାର ଥିଲା ବିଦ୍ୟୁତ ଉପକରଣ । ହେଲେ ଖୋଲିବା ପରେ  ମିଳିଲା ମୃତଦେହ ଓ ଧମକପୂର୍ଣ୍ଣ ଚିଠି । ପାର୍ସଲ ପାଇବା ପରେ ବେଶ ଉତ୍ସାହର ସହ ଖୋଲିଥିବା ମହିଳାଙ୍କ ହୋସ୍‌ ଉଡିଯାଇଛି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଉଣ୍ଡି ମଣ୍ଡଳରେ ଥିବା ୟେନଡାଗଣ୍ଡି ଗାଁରେ ଏହି ଘଟଣା ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ପାର୍ସଲ ଖୋଲିଥିବା ମହିଳା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ନାଗା ତୁଳସୀ । ସେ ଜଣେ ଗରିବ ମହିଳା । ଘର ତିଆରି ପାଇଁ ସେ କ୍ଷେତ୍ରୀୟ ସେବା ସମିତିକୁ ଆର୍ଥିକ ସହାୟତା ମାଗିଥିଲେ । ସମିତି ପ୍ରଥମେ ଟାଇଲ୍ସ ପଠାଇଥିଲା ।ପରେ ଘର ପାଇଁ ଆବଶ୍ୟକ ବିଦ୍ୟୁତ ଉପକରଣ ପଠାଇବାର ପ୍ରତିଶ୍ରୁତି ଦେଇଥିଲା କ୍ଷେତ୍ରୀୟ ସେବା ସମିତି । ଏନେଇ ତୁଳସୀଙ୍କ ହ୍ବାଟ୍ସ ଆପ୍‌ରେ ଗୋଟିଏ ମେସେଜ ଆସିଥିଲା । ଏଥିରେ ଲାଇଟ,ଫ୍ୟାନ ଓ ସ୍ବିଚ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଗୁରୁବାର ରାତିରେ ଜଣେ ବ୍ୟକ୍ତି ତୁଳସୀଙ୍କ ଘର ଆଗରେ ପାର୍ସଲ ରଖି କହିଥିଲେ ବୈଦ୍ୟୁତିକ ଉପକରଣ ଥିବା କହି ଚାଲିଯାଇଥିଲେ । ଶୁକ୍ରବାର ସକାଳେ ତୁଳସୀ ପାର୍ସଲ ଖୋଲିବା ପରେ ଚକିତ ହୋଇଯାଇଥିଲେ । ଭୟରେ ତାଙ୍କ ହାତ ଗୋଡ ଥରିଥିଲା । କାହିଁକି ନା ପାର୍ସଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପାର୍ସଲ ଭିତରେ ଗୋଟିଏ ଚିଠି ମଧ୍ୟ ମିଳିଛି ଯେଉଁଥିରେ ପରିବାର ଲୋକ

ବିଦ୍ୟୁତ ଉପକରଣ ଜାଗାରେ ଆସିଲା ମୃତଦେହ, କିଏ ପଠାଇଲା ଖୋଜୁଛି ପୋଲିସ ?

ଆନ୍ଧ୍ରପ୍ରଦେଶ ୨୦/୧୨: ପାର୍ସଲରେ ଆସିବାର ଥିଲା ବିଦ୍ୟୁତ ଉପକରଣ । ହେଲେ ଖୋଲିବା ପରେ  ମିଳିଲା ମୃତଦେହ ଓ ଧମକପୂର୍ଣ୍ଣ ଚିଠି । ପାର୍ସଲ ପାଇବା ପରେ ବେଶ ଉତ୍ସାହର ସହ ଖୋଲିଥିବା ମହିଳାଙ୍କ ହୋସ୍‌ ଉଡିଯାଇଛି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଉଣ୍ଡି ମଣ୍ଡଳରେ ଥିବା ୟେନଡାଗଣ୍ଡି ଗାଁରେ ଏହି ଘଟଣା ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । 

ପାର୍ସଲ ଖୋଲିଥିବା ମହିଳା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ନାଗା ତୁଳସୀ । ସେ ଜଣେ ଗରିବ ମହିଳା । ଘର ତିଆରି ପାଇଁ ସେ କ୍ଷେତ୍ରୀୟ ସେବା ସମିତିକୁ ଆର୍ଥିକ ସହାୟତା ମାଗିଥିଲେ । ସମିତି ପ୍ରଥମେ ଟାଇଲ୍ସ ପଠାଇଥିଲା ।ପରେ ଘର ପାଇଁ ଆବଶ୍ୟକ ବିଦ୍ୟୁତ ଉପକରଣ ପଠାଇବାର ପ୍ରତିଶ୍ରୁତି ଦେଇଥିଲା କ୍ଷେତ୍ରୀୟ ସେବା ସମିତି । ଏନେଇ ତୁଳସୀଙ୍କ ହ୍ବାଟ୍ସ ଆପ୍‌ରେ ଗୋଟିଏ ମେସେଜ ଆସିଥିଲା । ଏଥିରେ ଲାଇଟ,ଫ୍ୟାନ ଓ ସ୍ବିଚ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । 

ଗୁରୁବାର ରାତିରେ ଜଣେ ବ୍ୟକ୍ତି ତୁଳସୀଙ୍କ ଘର ଆଗରେ ପାର୍ସଲ ରଖି କହିଥିଲେ ବୈଦ୍ୟୁତିକ ଉପକରଣ ଥିବା କହି ଚାଲିଯାଇଥିଲେ । ଶୁକ୍ରବାର ସକାଳେ ତୁଳସୀ ପାର୍ସଲ ଖୋଲିବା ପରେ ଚକିତ ହୋଇଯାଇଥିଲେ । ଭୟରେ ତାଙ୍କ ହାତ ଗୋଡ ଥରିଥିଲା । କାହିଁକି ନା ପାର୍ସଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । 

ପାର୍ସଲ ଭିତରେ ଗୋଟିଏ ଚିଠି ମଧ୍ୟ ମିଳିଛି ଯେଉଁଥିରେ ପରିବାର ଲୋକଙ୍କୁ ୧.୩୦ କୋଟି ଟଙ୍କା ଦେବାକୁ କୁହାଯାଇଛି । ଟଙ୍କା ନଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦିଆଯାଇଛି । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ଏବେ ପାର୍ସଲ ଦେଇଥିବା ବ୍ୟକ୍ତିଙ୍କୁ ଖୋଜୁଛି । ସେହିପରି ସମିତିର ପ୍ରତିନିଧିଙ୍କୁ ମଧ୍ୟ ସମନ କରାଯାଇଛି । ପୋଲିସର ତଥ୍ୟ ଅନୁସାରେ ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ । ୪ରୁ ୫ ଦିନ ତଳେ ମୃତ୍ୟୁ ହୋଇଛି । ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ।